ଡଜ୍ ମିମ୍ କଏନ ଓ ଏଲନ ମସ୍କଙ୍କ ଗୋଟେ Tweet, କ୍ରିପ୍ଟୋକରେନ୍ସି ମାର୍କେଟରେ ଗୋଟେ ଦିନରେ ଇନକମ୍ କଲା ୪୧ ହଜାର କୋଟି

ବର୍ତ୍ତମାନ ଡିଜିଟାଲ ମାର୍କେଟରେ ବହୁତ୍ ଲୋକ ଇନଭେଷ୍ଟ କରୁଛନ୍ତି। ପୁଣି କିଛି ଲୋକ ଏହି ବା ପାଇଁ ମଧ୍ୟ ଅନେକ ଲୋକ ଇଛା ପ୍ରକାଶ କରୁଛନ୍ତି। ଏଥିରେ ପ୍ରାୟ ଯୁବମାର୍କେଟରେ ସଫଳ ହେଉଛନ୍ତି ତ ଆଉ କିଏ ନିଜ ଟାର୍ଗେଟକୁ ପୁରା କରିପାରୁନାହାନ୍ତି । ତେବେ ଆପଣ ଜାଣିଥିବେ ଏବେ ଅନଲାଇନ ବିଜନେସ କରିବାପାଇଁ ଆଉ ଟଙ୍କା ରୋଜଗାର କରିଗୋଷ୍ଠୀ ଟଙ୍କା ଇନ୍ଭେଷ୍ଟ କରୁଛନ୍ତି। ତେବେ କ୍ରିପ୍ଟୋକରେନ୍ସି ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚିତ। ଏହା ବି ଏକ ଟଙ୍କା ରୋଜଗାର କରିବାର ଭଲ ମାର୍କେଟିଙ୍ଗ ସୋର୍ସ । ପୁଣି ଏବେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।
ଏଲନ୍ ମସ୍କଙ୍କୁ କିଏ ବା ଜାଣିନି। କାରଣ ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି । ତେଣୁ ସେ ଏମିତି ଏକ ଟୁଇଟ୍ କରିଛନ୍ତି ଯେ ଯାହାକି ଗୋଟେ ଦିନରେ ଏକ କ୍ରିପ୍ଟୋକରେନ୍ସିର ରେଟ୍ ବଢାଇ ଦେଇଛି । ଡଜ୍ କଏନ କଥା ତ ଆପଣ ଶୁଣିଥିବେ । ଅନେକ ଏହାକୁ ଦଗ୍ କଏନ ମଧ୍ୟ କହିଥାନ୍ତି। ଏବେ ଏହି କରେନ୍ସିର ଚାହିଦା ଅଧିକ ବଢ଼ିଯାଇଛି। ତାହା ପୁଣି ଏଲନ୍ ମସ୍କଙ୍କ ଗୋଟେ ଟୁଇଟରେ ।

ଏଲନ୍ ମସ୍କ ଆଜି ସକାଳେ ଏକ ଟୁଇଟ କରି ଲେଖିଥିଲେ ଯେ ବର୍ତ୍ତମାନ ଡଜ୍ କଏନରେ ଟେଲ୍ସା ପ୍ରଡକ୍ଟ କିଣାଯାଇପାରିବ। ବାସ ଗୋଟେ ଟୁଇଟ ପରେ ଲୋକ ଏହି ଡଜ୍ କଏନ କିଣିବାକୁ ଲାଗିଗଲେ । ବର୍ତ୍ତମାନ ଏହି ଡଜ୍ କଏନର ଚାହିଦା ୨୦ ପ୍ରତିଶତ ବଢ଼ିଯାଇଛି । ଏହା ପୂର୍ବରୁ ବିଟ୍ କଏନର ଚାହିଦା ମଧ୍ୟ ବଢ଼ିଯାଇଥିଲା ଯେତେବେଳେ ସେ ଏହି କଏନ ବିଷୟରେ କହିଥିଲେ ।
ତେବେ ବର୍ତ୍ତମାନ ଏହି ମିମ୍ ଡଗ କଏନ୍ ୨୭ ବିଲିଅନ୍ ଡଲାର ପାଖା ପାଖି ହୋଇଛି। ଜେବେକି ପୂର୍ବରୁ ଏହାର ମାର୍କେଟ ୨୨.୬୦ ବିଲିଅନ୍ ତଳକୁ ଖସି ଯାଇଥିଲା । ପୁଣି ଏଲନ୍ ମସ୍କଙ୍କ ଟୁଇଟ ପରେ ଏହାକୁ ଲୋକ ଏତେ ମାତ୍ରାରେ କିଣିବାକୁ ଲାଗିଲେ ଯେ ଆଜି ଗୋଟେ ଦିନରେ ଏହା ଆହୁରି ୫.୫୦ ବିଲିଅନ୍ ଡଲାର, ମାନେ ପାଖା ପାଖି ୪୧ ହଜାର କୋଟିରୁ ଅଧିକ ଟଙ୍କା ଲାଭ କରିଛି । କହିବାକୁ ଗଲେ ଏହି କାରେନ୍ସିର ଚାହିଦା ପ୍ରାୟ ୪୦୦୦ ପ୍ରତିଶତ ବଢ଼ି ଯାଇଛି ।