ଗୁଜରାଟ ଅହମ୍ମଦାବାଦରେ ପୁଣି କର୍ଫ୍ୟୁ: ଶୁକ୍ରବାର ରାତିରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲାଗୁ

ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦରେ ପୁଣି କର୍ଫ୍ୟୁ । ଶୁକ୍ରବାର ରାତିରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ କେବଳ କ୍ଷୀର ଓ ମେଡିସିନ ଦୋକାନ ଖୋଲା ରହିବ । ଅତି ଜରୁରୀ ନହେଲେ ବାହାରକୁ ବାହାରି ପାରିବେନି ଲୋକ । ଏହାସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି ।

ପୂର୍ବରୁ ରାଜ୍ୟ ସରକାର କହିଥିଲେ ନଭେମ୍ବର ୨୩ ତାରିଖରେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ସରକାର ହଟାଇ ଦେଇଛନ୍ତି । ଦୀପାବଳି ପରେ ଅହମ୍ମଦାବାଦରେ କୋଭିଡ ସଂକ୍ରମଣ ବୃଦ୍ଦି ପାଇଛି । ଏହାକୁ ନଜରରେ ରଖି ବିଳମ୍ବିତ ରାତିରେ ଗୁଜରାଟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସହ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଗୁପ୍ତା ସମ୍ପୂର୍ଣ୍ଣ କର୍ଫ୍ୟୁ ଘୋଷଣା କରିଛନ୍ତି । ଗୁରୁବାର ୨ ହଜାର ୮୪୫ ଆକ୍ଟିଭ କେସ ରହିଥିଲା । ରାଜ୍ୟ ସରକାର ୩୦୦ ଓ ୩୦୦ ମେଡିକାଲ ଛାତ୍ରଙ୍କୁ ଅହମଦାବାଦ ପାଇଁ ନିୟୋଜିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.