ମଣିପୁର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ, ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ

ମଣିପୁରର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ। ଏନେଇ ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ ରହିଛି । ରାଜ୍ୟ ସରକାର ମଣିପୁରରେ ଥିବା ୭ ଟି ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁର ସରକାର ଡାକ୍ତରଖାନାରେ ମଧ୍ୟ କର୍ଫ୍ୟୁ ଲଗାଇଛନ୍ତି । ସୋମବାର ମଣିପୁରରେ ଜିରିବାମରେ ନିଖୋଜ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଶବ ଜିଲ୍ଲାରେ ରହିଥିବା ଜିରି ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି।
ଇମ୍ଫାଲ ଉପତ୍ୟକାର କେତେକ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିବା ଜଣାପଡ଼ିଛି । ଆନ୍ଦୋଳନକାରୀମାନେ ଅନେକ ବିଧାୟକଙ୍କ ଘରେ ପଶି ଅନେକ ସମ୍ପତ୍ତି ନଷ୍ଟ କରିଦେଇଥିବା ଖବର ମଧ୍ୟ ଆସିଛି।
ଗତ ପାଞ୍ଚ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଆଉ ତିନି ଜଣଙ୍କ ମୃତଦେହ ମିଳିଛି। ଏହାପରେ ରାଜ୍ୟରେ ହିଂସା ପୁଣି ଉଗ୍ରରୂପ ନେଇଛି।
ସୂଚନା ଅନୁସାରେ କିଛିଦିନ ତଳେ ନଭେମ୍ବରରେ ଆତଙ୍କବାଦୀ ବୌରବେକରାରେ ଏକ ପୋଲିସ ବାହିନୀଙ୍କ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ସୁରକ୍ଷାକାରୀମାନେ ଏହି ଆକ୍ରମଣକୁ ବିଫଳ କରିଦେଇଥିଲେ । ୧୧ ଆତଙ୍କବାଦୀଙ୍କ ଜୀବନ ଚାଲିଯାଇଥିଲା । ପଛକୁ ଘୁଞ୍ଚିବା ସମୟରେ ଆତଙ୍କବାଦୀ ପୋଲିସ ଷ୍ଟେସନ ନିକଟରେ ଥିବା ରିଲିଫ କ୍ୟାମ୍ପରୁ ୩ଜଣ ମହିଳା ଏବଂ ୩ ଜଣ ଶିଶୁଙ୍କ ଅପହରଣ ହୋଇଥିବା ଖବର ଜାଣିବାକୁ ପାଇଥିଲେ । ମଣିପୁରରେ କୁକି ଏବଂ ମେଟାଇ ସମ୍ପ୍ରଦାୟ ଲୋକେଙ୍କ ମଧ୍ୟରେ ବହୁତ ହିଂସା ହେଇଥିବା ପ୍ରମାଣ ରହିଆସିଛି । ଏହାରି ମଧ୍ୟରେ ହିଂସାର ବହୁ ଘଟଣା ସାମନାକୁ ଆସିଛି ।