ମହାରାଷ୍ଟ୍ରରେ କର୍ଫ୍ୟୁ

ମହାରାଷ୍ଟ୍ରରେ କାଲି ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା। ଏଥିପାଇଁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦେଶର ସବୁଠୁ ଅଧିକ ସଂକ୍ରମଣ ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି। କରୋନା ସଂକ୍ରମଣ ସଂଖ୍ୟା ୫୧ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି। ତେବେ ଏଥିପାଇଁ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି। ଏହାସହ ଲୋକଙ୍କର ବିନା କାରଣରେ ଘରୁ ବାହାରିବା ଉପରେ ରୋକ ଲାଗାଯାଇଛି। ଏହାକୁ   ‘ବ୍ରେକ ଦ ଚେନ ଅଭିଯାନ’ର ନାମ ଦିଆଯାଇଛି। ଇ-କମର୍ସ, ପେଟ୍ରୋଲ ପମ୍ପ, ବ୍ୟାଙ୍କ , ମିଡିଆ,ସୁରକ୍ଷା ଗାର୍ଡ ଆଦି ସେବାକୁ କୋହଳ କରାଯାଇଛି। ଏହାସହ ରେସ୍ତୋରାଁରେ ଖାଦ୍ୟ ଖାଇବା ଉପରେ ମଧ୍ୟ ରୋକ ଲଗାଯାଇଛି। ଏଥିପାଇଁ କେବଳ ହୋମ ଡେଲିଭରିର ସୁବିଧା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.