ରେଳ ଅଧିକାରୀଙ୍କ ବେପରୁଆ ନୀତି ଯୋଗୁଁ ଅଚଳ ହେଲା ଲକ୍ଷ ଲକ୍ଷ ମୂଲ୍ୟର ନୋଟ

ରେଳ କର୍ମଚାରୀଙ୍କ ସାମାନ୍ୟ ଭୁଲ କାରଣରୁ ଅଚଳ ହୋଇଗଲା ଲକ୍ଷ ଲକ୍ଷ ମୂଲ୍ୟର ନୋଟ । ନୋଟବନ୍ଦୀ ପରେ ବେକାର ହୋଇଯାଇଛି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ । ନୂଆଦିଲ୍ଲୀରୁ ଅମ୍ବାଲାକୁ ବିପୁଳ ପରିମାଣର କ୍ୟାସ ନେଇ ପ୍ୟାସେଞ୍ଜର ଟ୍ରେନରୁ ସମୟ ଅନୁସାରେ ନୋଟ ଗୁଡିକୁ ବାହାର କରାଯାଇନଥିଲା । ସେମିତି ନୋଟ ଭର୍ତ୍ତି ନୋଟ ଭର୍ତ୍ତି ତିଜୋରିଟି କାଲକା ଷ୍ଟେସନରେ ପହଞ୍ଚିଥିଲା । କିଛି ମାସ ପରେ ଅଧିକାରୀ ମାନଙ୍କର ତିଜୋରୀ କଥା ମନେ ପଡିଥିଲା । ଖୋଲି ଦେଖନ୍ତିତ ସେଥିରେ ଥିଲା କୋଟି କୋଟି ମୂଲ୍ୟର ହଜାରେ ଓ ପାଞ୍ଚ ଶହ ଟଙ୍କିଆ ନୋଟ । ଯେଉଁ ଗୁଡିକୁ ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଅଚଳ ଘୋଷଣା କରିଥିଲେ । ନୋଟ ବନ୍ଦୀ ପରେ ସେଗୁଡିକ କାଗଜ ଖଣ୍ଡରେ ପରିଣତ ହୋଇଥିଲା ।

୨୦୨୦ ସେପ୍ଟେମ୍ବରରେ ଘଟଣା ସମ୍ପର୍କରେ ଜଣାପଡିବା ପରେ ଅମ୍ବାଲାର ରେଳ ଅଧିକାରୀଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ସମୟରେ କେଉଁ କେଉଁ ଅଧିକାରୀ ମାନେ ଡ୍ୟୁଟିରେ ଥିଲେ ସେନେଇ ମଧ୍ୟ ଖୋଳତାଡ଼ ଜାରିରହିଛି । ସୂଚନାରୁ ଜଣାଯାଇଛିକି ୨୦୧୬
ଅକ୍ଟୋବର ମାସ ୨୫ ତାରିଖରେ ଦିଲ୍ଲୀରୁ ଅମ୍ବାଲା ଅଭିମୁଖେ ଯାଉଥିବା 54303 ନମ୍ବର ପ୍ୟାସେଞ୍ଜର ଟ୍ରେନରେ ଏହି ଟଙ୍କା ବାକ୍ସ ଟିକୁ ନିଆଯାଉଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଟଙ୍କା ଭର୍ତ୍ତି ବାକ୍ସକୁ ଟ୍ରେନରେ ରଖାଯାଇଥିଲା । କିନ୍ତୁ କିଛି ମାସ ପରେ ଜଣାପଡିଥିଲାକି ଟ୍ରେନରେ ଅଣାଯାଇଥିବା ଏହି ବିପୁଳ ପରିମାଣର ଟଙ୍କାକୁ ଜମା କରିନାହିଁ । ଆଉ ଖୋଜାଖୋଜି କରିବାରୁ କାଲକା ଷ୍ଟେସନରୁ ବାକ୍ସ ଟି ମିଳିଥିଲା । ଗଣତିରୁ ଜଣାପଡିଥିଲାକି ସେଥିରେ ପ୍ରାୟ ୩ ଲକ୍ଷ ମୂଲ୍ୟର ଅଚଳ ନୋଟ ଅଛି । କିନ୍ତୁ ଏହା ପୁରୁଣା ୫୦୦, ୧୦୦୦ ଟଙ୍କିଆ ନୋଟ ଥିଲା ।

ପ୍ରାୟ ଦୁଇ କ୍ୱିଣ୍ଟଲ ଓଜନର ଏହି ତିଜୋରୀର ଚାବିକାଠି ଦିଲ୍ଲୀ ରେଳ କର୍ମଚାରୀଙ୍କ ପାଖରେ ହିଁ ରହିଥାଏ । ଆଉ ଯେଉଁ କର୍ମଚାରୀ କ୍ୟାସ ଭରନ୍ତି ସେଗୁଡିକର ଏଣ୍ଟ୍ରି ଗାର୍ଡ଼ଙ୍କ ନିକଟରେ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.