ଦେଶ ବିଦେଶ

୨୧୦୦ ଟଙ୍କାର ଡିନର କରି ୧.୫ ଲକ୍ଷ ଟଙ୍କା ଟିପ୍‌ ଦେଲେ ବ୍ୟକ୍ତି, ଧନ୍ୟବାଦ ଜଣାଇଲେ ରେସ୍ତୋରାଁ ମାଲିକ

ବେଳେ ବେଳେ କିଛି ଲୋକଙ୍କର ଟିକିଏ ସାହାଯ୍ୟ ବି ଅନେକ ଲୋକଙ୍କ ଜୀବନରେ ଖୁସି ଭରିଦିଏ। ଠିକ୍‌ ସେଭଳି ଏକ ଘଟଣା ଘଟିଛି ଆମେରିକାର ଫ୍ଲେରିଡ଼ାରେ। ଏଠାରେ ଏକ ରୋସ୍ତୋରାଁରେ ୨୧୦୦ ଟଙ୍କାର ଖାଦ୍ୟ ଖାଇ ଜଣେ ବ୍ୟକ୍ତି ପ୍ରାୟ ୧.୫ ଲକ୍ଷ ଟଙ୍କା ଟିପ୍‌ ଦେଇଛନ୍ତି। ଏଥିସହ ଏହି ଟଙ୍କାକୁ ରେସ୍ତୋରାଁର ପ୍ରତ୍ୟେକ କର୍ମଚାରୀଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବାକୁ ସେ କହିଛନ୍ତି।

All of our employees would like to thank the generous customer who tipped $2020 on a large pizza and 8 piece wing order….

Posted by South Shore Pizza on Friday, 18 December 2020

ରିପୋର୍ଟ ମୁତାବକ, ଫ୍ଲେରିଡ଼ାସ୍ଥିତ ରସ୍ମିନ୍‌ର ସାଉଥ୍‌ ଶୋର ପିଜ୍ଜା ରେସ୍ତୋରାଁରେ ଜଣେ ବ୍ୟକ୍ତି ୨୯ ଡଲାର ବା ୨୧୩୩ ଟଙ୍କାର ଖାଦ୍ୟ ଖାଇଥିଲେ ଓ ତା’ପରେ ୨୦୨୦ ଡଲାର ବା ୧.୫ ଲକ୍ଷ ଟଙ୍କା ଟିପ୍‌ ଦେଇଥିଲେ। ଏନେଇ ସାଉଥ୍‌ ଶୋର ପିଜ୍ଜାର ମାଲିକ କହିଛନ୍ତି, ତାଙ୍କ କର୍ମଚାରୀ ଉକ୍ତ ଗ୍ରାହକଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଟିପ୍‌ ବାବଦରେ ମିଳିଥିବା ଅର୍ଥରାଶିକୁ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେଇଛନ୍ତି। ପ୍ରତି କର୍ମଚାରୀଙ୍କ ଭାଗରେ ୮୦ ଡଲାର ବା ୫୮୦୦ ଟଙ୍କା ପଡ଼ିଛି।

ସୂଚନାଯୋଗ୍ୟ ଯେ କ୍ରିସ୍‌ମାସ୍‌ ବେଳେ ଏଭଳି ଦାନ କରିବା ମାମଲା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଅନେକ ଗ୍ରାହକ ଏଭଳି କର୍ମଚାରୀଙ୍କୁ ଟିପ୍‌ ଦେଇଛନ୍ତି। ଆମେରିକାରରେ ଜଣେ ବ୍ୟକ୍ତି ହୋଟେଲ କର୍ମଚାରୀଙ୍କୁ ୫୬୦୦ ବା ପାଖାପାଖି ୪.୧୨ ଲକ୍ଷ ଟଙ୍କା ଟିପ୍‌ ଦେଇଥିଲେ। ସେହିପରି ନଭେମ୍ବରରେ ଆମେରିକାର ଓହାୟୋରେ ୫୦୦ ଟଙ୍କାର ବିୟର ପିଇଥିବା ଜଣେ ବ୍ୟକ୍ତି ୨ ଲକ୍ଷ ଟଙ୍କା ଟିପ୍‌ ଆକାରରେ ଦେଇଥିଲେ।

WCW 11

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

20 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

27 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

34 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

42 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

44 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

52 mins ago