ଫୁଟ୍‌ବଲ ମ୍ୟାଚ୍‌ରେ ସାଙ୍ଗର ମୁଣ୍ଡ କାଟିଲା ସାଙ୍ଗ! ହାତରେ କଟାମୁଣ୍ଡ ଧରି ପହଞ୍ଚିଲା ଥାନାରେ…ଜାଣନ୍ତୁ ପୂରା ମାମଲା

ଫୁଟ୍‌ବଲ ମ୍ୟାଚ୍‌ରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଏହା ବିଷୟରେ ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଆସାମରୁ ସାମ୍ନାକୁ ଆସିଥିବା ଏମିତି ହିଁ ଏକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ ଏକ ଫୁଟ୍‌ବଲ ମ୍ୟାଚ୍‌ ବେଳେ ଦୁଇଜଣ ସାଙ୍ଗ ଏତେ ଜୋର୍‌ରେ ଝଗଡ଼ା ଲାଗିଥିଲେ ଯେ ଶେଷରେ ଜଣେ ଅନ୍ୟ ଜଣଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା। ଏତିକି ନୁହେଁ, ଯୁବକ ଜଣକ ସାଙ୍ଗର କଟାମୁଣ୍ଡ ଧରି ପାଖ ଥାନାରେ ମଧ୍ୟ ପହଞ୍ଚିଥିଲା। ଏହି ଘଟଣା ଆସାମର ସୋନିତପୁର ଜିଲ୍ଲା ରଙ୍ଗପାଡା ଥାନା ଅଞ୍ଚଳରେ ଘଟିଛି।

ମିଡିଆ ରିପୋର୍ଟ ମୁତାବକ, ଏଠାରେ ସ୍ୱାଧୀନତା ଦିବସ ଅବସରରେ ଏକ ଫୁଟ୍‌ବଲ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା। ମ୍ୟାଚ୍‌ ସରିବା ପରେ ଦୁଇ ସାଙ୍ଗ ପରସ୍ପର ମଧ୍ୟରେ ଝଗଡ଼ା ଲାଗିଥିଲେ। ମ୍ୟାଚ୍‌ରେ ସେମାନେ ୫୦୦ ଟଙ୍କାର ସର୍ତ୍ତ ଲଗାଇଥିଲେ। ସର୍ତ୍ତ ମୁତାବକ, ଯିଏ ମ୍ୟାଚ୍‌ ହାରିବ, ତାକୁ ପଇସା ଦେବାକୁ ପଡ଼ିବ।

ଜଣେ ପୋଲିସ ଅଧିକାରୀଙ୍କ କହିବା ହେଲା, ଦୁଇ ସାଙ୍ଗ ଅଲଗା ଅଲଗା ଟିମ୍‌କୁ ସମର୍ଥନ କରୁଥିଲେ। ଯେତେବେଳେ ଜଣେ ସର୍ତ୍ତ ଜିତି ନେଇଥିଲା ଏବଂ ପଇସା ମାଗିଥିଲା, ତ ଅନ୍ୟ ଜଣେ ପଇସା ଦେବାକୁ ମନା କରି ଦେଇଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ଲାଗିଥିଲା।

ଝଗଡ଼ା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଶେଷରେ ପଇସା ଦେବାକୁ ମନା କରିଥିବା ସାଙ୍ଗ ନିଜ ବ୍ୟାଗ୍‌ରୁ ଏକ ଧାରୁଆ ଅସ୍ତ୍ର ବାହାର କରିଥିଲା ଏବଂ ସର୍ତ୍ତ ଜିତିଥିବା ସାଙ୍ଗର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା। ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ସ୍ତବ୍ଧ ହୋଇ ଯାଇଥିଲେ। ଘଟଣା ପରେ ଅଭିଯୁକ୍ତ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଥିଲା।

Leave A Reply

Your email address will not be published.