କେନ୍ଯୁଜ୍: ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ବାତ୍ୟାର ରୂପ ନେବ । ଉତ୍ତର ପୂର୍ବ ଆରବ ସାଗର ଉପରେ ରହିଛି ଗୁଲାବର ଅବଶିଷ୍ଟାଂଶ । ଏବେ ୱେଲ୍ ମାର୍କଡ୍ ଲୋ ପ୍ରେସର ହୋଇ ଅଛି । ଆଜି ଗୁଜରାଟ ଉପକୂଳରେ ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ବାତ୍ୟା ହେଲେ ଏହାର ନାଁ ରହିବ ସାହୀନ ।
ଏହାର ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା ସାହୀନ ପାଇଁ ଗୁଜରାଟ ଉପକୂଳରେ ହାଇଆଲର୍ଟ ଜାରି କାରଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦେଇଛି କୋଷ୍ଟଗାର୍ଡ ।