ଆଜି ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବାତ୍ୟା ‘ନିଭାର’, ସମୁଦ୍ର ରହିଛି ଅଶାନ୍ତ

କେନ୍ୟୁଜ୍(ବ୍ୟୁରୋ):   ତୀବ୍ର ବାତ୍ୟାରେ ପରିଣତ ହେଲା ‘ନିଭାର’ । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଆଜି ରାତିରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବା ସମ୍ଭାବନା ରହିଛି । ଏହା ବଢ଼ି ୧୫୫ କିଲୋମିଟର ଛୁଇଁପାରେ । କରାଇକଲ ଓ ମାମଲାପୁରମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଗତକାଲିଠାରୁ ତାମିଲନାଡୁ ଓ ପୁଡୁଚେରୀରେ ବର୍ଷା ହୋଇଛି । ସମୁଦ୍ର ଅଶାନ୍ତ ରହିଛି ।

ଲ୍ୟାଣ୍ଡଫଲ ବେଳେ ୨ ମିଟର ପର୍ଯ୍ୟନ୍ତ ଉଚ୍ଚର ଜୁଆର ଉଠିବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ପବନର ବେଗ ଅଧିକ ରହିବାର ସମ୍ଭାବନା ଥିବାରୁ କଚ୍ଚାଘର ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଉପୁଡ଼ିବାର ସମ୍ଭାବନା ଥିବା ଚେତାବନୀ ଦିଆଯାଇଛି। ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି । ୨୬ଟି ବିମାନ, ରେଳ ଓ ବସ ସେବାକୁ ବାତିଲ କରାଯାଇଛି ।

ବାତ୍ୟା ନିଭାରର ପ୍ରକୋପକୁ ଦ୍‌ଷ୍ଟିରେ ରଖି  ତାମିଲନାଡୁ ସରକାର ଆଜି  ଏକ ସାଧାରଣ ଛୁଟି ଘୋଷଣା କରିଛନ୍ତି।  କେବଳ ଜରୁରୀ ସେବା ଜାରି ରହିବ ବୋଲି ସୂଚନା ମିଳିଛି। ଏଥିସହ ତାମିଲନାଡୁର ୧୩ଟି ଜିଲ୍ଲାରେ ଗୁରୁବାର ଦିନ ଏକ ସାଧାରଣ ଛୁଟି ଘୋଷଣା ହୋଇଥିବାବେଳେ ପୁଡୁଚେରୀ ସରକାର ଶନିବାର ପର୍ଯ୍ୟନ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ସାଧାରଣ ଛୁଟି ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.