ଆନ୍ଧ୍ରପ୍ରଦେଶ(କେନ୍ଯୁଜ୍) : ଆନ୍ଧ୍ର ପ୍ରଦେଶରେ ବାତ୍ୟା ତିତଲି ପ୍ରଳୟ ରଚିଛି । ଶ୍ରୀକାକୁଲମ ଓ ବିଜୟନଗରମ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରରେ ୮ ଜଣଙ୍କର ମୃତ୍ୟୁ ହେଲାଣି । ଶ୍ରୀକାକୁଲମ୍ ଜିଲ୍ଲାର ପଲାସା ଓ ତେକଲିରେ ଘରଦ୍ୱାରା ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ପଡ଼ିଛି ବଡ଼ ବଡ଼ ଗଛ । ଉପୁଡ଼ି ପଡ଼ିଛି ହଜାର ହଜାର ବିଦ୍ୟୁତ ଖୁଣ୍ଟ । ଦୁଇ ଜିଲ୍ଲାର ଭିତ୍ତିଭୂମିକୁ ଦୋହଲାଇ ଦେଇଛି ବାତ୍ୟା । ପଲାସା ଷ୍ଟେସନ ଭାଙ୍ଗିରୁଜି ଯାଇଥିବା ବେଳେ ପ୍ଲାଟଫର୍ମର ଆଜବେଷ୍ଟସ୍ ଛପର ଉଡ଼ିଯାଇଛି । ପ୍ରଭାବିତ ଅଞ୍ଚଳ ଗସ୍ତ କରି ବାତ୍ୟା ପରର ସ୍ଥିତି ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ।