ଦକ୍ଷିଣପୂର୍ବ ଆରବସାଗରରେ ଲଘୁଚାପ ସକ୍ରିୟ, ବାତ୍ୟା ରୂପ ନେଲେ ନାଁ ରହିବ ‘ତେଜ୍’

ଆରବସାଗରରେ ବାତ୍ୟା ଆଶଙ୍କା । ଏ ନେଇ IMD ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ବାତ୍ୟାରେ ପରିଣତ ହେଲେ ଏହାର ନାଁ 'ତେଜ୍ ' ରହିବ । ମୁମ୍ବାଇକୁ ବାତ୍ୟା ‘ତେଜ୍’ ମୁହାଁଇବ କି ନା ହିଁ ତାହା ସ୍ପଷ୍ଟ ହୋଇନାହିଁ । ଏବେ ଦକ୍ଷିଣପୂର୍ବ ଆରବସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି ।

ନୂଆଦିଲ୍ଲୀ : ଆରବସାଗରରେ ବାତ୍ୟା ଆଶଙ୍କା । ଏ ନେଇ IMD ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ବାତ୍ୟାରେ ପରିଣତ ହେଲେ ଏହାର ନାଁ ‘ତେଜ୍ ‘ ରହିବ । ମୁମ୍ବାଇକୁ ବାତ୍ୟା ‘ତେଜ୍’ ମୁହାଁଇବ କି ନା ହିଁ ତାହା ସ୍ପଷ୍ଟ ହୋଇନାହିଁ । ଏବେ ଦକ୍ଷିଣପୂର୍ବ ଆରବସାଗରରେ ଏକ ଲଘୁଚାପ ସକ୍ରିୟ ରହିଛି ।

ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୨୧ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ୨୨ ତାରିଖ ଆଡକୁ ସାଇକ୍ଲୋନର ରୂପ ନେଇପାରେ । ବାତ୍ୟାରେ ପରିଣତ ହେଲେ ଏହାର ନାଁ ‘ତେଜ୍ ‘ ରହିବ । ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।