ଦେଶ ବିଦେଶ

ଶିମଲାର ଆଇଜିଏମ୍‌ସି ହସ୍ପିଟାଲ କ୍ୟାଣ୍ଟିନ୍‌ରେ ପ୍ରଚଣ୍ଡ ଶବ୍ଦ କରି ଫାଟିଲା ସିଲିଣ୍ଡର, ନିଆଁକୁ ଆୟତ୍ତ କରିବା ପାଇଁ ଚାଲିଛି ଉଦ୍ୟମ

ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଥିବା ଆଇଜିଏମ୍‌ସି(IGMC) ହସ୍ପିଟାଲରେ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଛି। ହସ୍ପିଟାଲର ଉପର ମହଲରେ ଥିବା କ୍ୟାଣ୍ଟିନ୍‌ରେ ଏହି ବିସ୍ଫୋରଣ ଘଟିଛି। ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ କରି ନିଆଁ ଉପରକୁ ଉଠିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ନିଆଁ ଲାଗିବା ପରେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ପରିଜନମାନେ ରୋଗୀ ଧରି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେପଟେ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ନିଆଁ ଲିଭାରେ ନିୟୋଜିତ ହୋଇଥିଲେ।

ତେବେ ଯେଉଁ କ୍ୟାଣ୍ଟିନ୍‌ରେ ସିଲିଣ୍ଡର ବିସ୍ଫୋରଣ ହୋଇଛି, ତାହା ବିଲ୍ଡିଂର ୧୧ତମ ମହଲାରେ ରହିଛି। ସେଠାରୁ ରୋଗୀ ଏବଂ ସେମାନଙ୍କ ପରିଜନମାନେ ଖାଦ୍ୟ ଖାଆନ୍ତି। ଦୁର୍ଘଟଣା ସମୟରେ କ୍ୟାଣ୍ଟିନରେ ଅଧିକ ଲୋକ ଉପସ୍ଥିତ ନ ଥିଲେ। କିନ୍ତୁ ନିଆଁର ତେଜ ଯୋଗୁ ଚତୁର୍ଦ୍ଦିଗ ଧୂଆଁମୟ ହୋଇଯାଇଥିଲା। କୁହାଯାଉଛି ଯେ ପୁରୁଣା ଭବନରୁ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଭାଙ୍ଗିଯାଇ ଥିବାରୁ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବାରେ ବହୁ ଅସୁବିଧା ହୋଇଥିଲା।

କହି ରଖୁଛୁ, ୨୦୧୯ ଜୁଲାଇରେ ମଧ୍ୟ ଏହି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ୟାଥୋଲୋଜି ଲ୍ୟାବ୍‌ରେ ନିଆଁ ଲାଗିବା ମାମଲା ସାମ୍ନାକୁ ଆସିଥିଲା। ଯଦିଓ ୪ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ୧ ଘଣ୍ଟା ମଧ୍ୟରେ ନିଆଁକୁ କାବୁ କରିନେଇଥିଲେ। ଘଟଣା ସମୟରେ ଲ୍ୟାବ୍‌ରେ ୮ ଲୋକ ଉପସ୍ଥିତ ଥିଲେ, କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନ ଥିଲେ।

Roshni

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

3 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

16 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago