ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ ମିଳିବ ଜେଡ୍ ସୁରକ୍ଷା

ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ୍ ଶ୍ରେଣୀ ସିଆରପିଏଫ୍ ସୁରକ୍ଷା ମିଳିବ । ଗୁଇନ୍ଦା ସୂଚନା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଗୁଇନ୍ଦା ବିଭାଗ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୩୦ ସିଆର୍ପିଏଫ୍ କମାଣ୍ଡୋଙ୍କ ଏକ ଟିମ୍ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ସୁରକ୍ଷା ପ୍ରଦାନ କରିବ । ଏହାସହ ବିଜେପି ସାଂସଦ ସମ୍ୱିତ୍ ପାତ୍ରଙ୍କୁ ବି ମଣିପୁରରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ । ସମ୍ୱିତ୍ ପାତ୍ର ମଣିପୁରରେ ବିଜେପି ପ୍ରଭାରୀ ଭାବରେ କାମ କରୁଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ର ଭିଆଇପି ସୁରକ୍ଷା ଶାଖାକୁ ୮୯ ବର୍ଷୀୟ ଦଲାଇ ଲାମାଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦେଇଛି । ଦଲାଇ ଲାମାଙ୍କୁ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯିବ । ଏବେ ସୁଦ୍ଧା ଦଲାଇ ଲାମାଙ୍କୁ କେବଳ ହିମାଚଳ ପ୍ରଦେଶ ପୋଲିସ ଦ୍ୱାରା ସୁରକ୍ଷା ଦିଆଯାଉଥିଲା । ହିମାଚଳରୁ ଅନ୍ୟ କୌଣସି ରାଜ୍ୟକୁ ଗଲେ ସେଠାକାର ପୋଲିସ ସୁରକ୍ଷା ଦେଉଥିଲା । କିନ୍ତୁ ଏବେ ସାରା ଦେଶରେ ଜେଡ୍ ଶ୍ରେଣୀ ସୁରକ୍ଷା ମିଳିବ ।
Also read: ଲୋକସଭାରେ ନୂଆ ଆୟକର ବିଲ୍ ଉପସ୍ଥାପିତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ