ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ଡିଜେଲ ପକାଇ ଜୀବନ୍ତ ଜଳାଇଲେ ଦୁର୍ବୃତ୍ତ, ପୀଡିତାଙ୍କ ଅବସ୍ଥା ଗୁରୁତର

ଉତ୍ତରପ୍ରଦେଶରେ ପିଲିଭିତରେ ଜଣେ ୧୬ ବର୍ଷୀୟ ଦଳିତ ନାବାଳିକାକୁ ଘରେ ପଶି ଗଣଦୁଷ୍କର୍ମ କରିବା ପରେ ଡିଜେଲ ଢାଳି ନିଆଁ ଲଗାଇ ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘଟଣାରେ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାନରେ ହସପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି।

ଖବର ମୁତାବକ, ଗାଁର ଦୁଇ ଜଣ ଯୁବକ ଯୁକ୍ତ ୨ ପଢୁଥିବା ଜଣେ ଛାତ୍ରୀଙ୍କୁ ରାତିରେ ଘରୁ ଉଠାଇନେଇଥିଲେ। ଛଶତ୍ରୀଙ୍କୁ ଘରୁ ଉଠାଇନେବା ପରେ ଆଖୁ କିଆରୀକୁ ନେଇ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଘଟିବା ପରେ ପୀଡିତାଙ୍କ ବାପା ୧୦ ସେପ୍ଟେମ୍ବରକୁ ମାଧୋଟାଣ୍ଡା ପୋଲିସ ଥାନାରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗାଁର ଦୁଇଜଣ ଯୁବକ ରାଜବୀର ଏବଂ ତାରାଚନ୍ଦ ଘରେ ପଶି ଝିଅକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ତା ଉପରେ ଡିଜେଲ ପକାଇ ଜାଳିଦେଇଥିଲେ। ପୀଡିତାଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ପୋଲିସ ଘଟଣା ବିଷୟରେ ଜାଣିବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଯାଞ୍ଚ କରୁଛି। ପୀଡିତାଙ୍କ ପରିବାର ପକ୍ଷରୁ ଗାଁର ଦୁଇଜଣ ଯୁବକ ରାଜବୀର ଏବଂ ତାରାଚନ୍ଦଙ୍କ ବିପକ୍ଷରେ ମାମଲା ଦାୟର କରିଛି। ହତ୍ୟା ଉଦ୍ୟମ ଏବଂ ଧମକ ଦେବା ମାମଲାରେ ମୁକଦ୍ଦମା ରୁଜୁ ହୋଇ ଦୁଇଜଣଙ୍କୁ ଗିରଫ କରାଯାଇଛି।

ସେହିପରି ଅନ୍ୟ ଏକ ଘଟଣାରେ ଗାଁର ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥଲେ। ପୀଡିତାଙ୍କ ମା’ ସକାଳୁ ଝିଅକୁ ଘରେ ନଥିବା ଦେଖି ଚାରିଆଡେ ଖୋଜିବା ପରେ ବାହାର ଏକ କ୍ଷେତରେ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲେ। ତା’ପରେ ପୀଡିତାଙ୍କ ବାପା ମା ତୁରନ୍ତ ଥାନାକୁ ଯାଇ ଅଭିଯୋଗ କରିଥିଲେ। ତେବେ ପୋଲିସ ଏହି ମାମଲାରେ ଅପରାଧୀଙ୍କୁ ଧରିବା ପାଇଁ ଏକ ଟିମ୍‌ କରିଛି। ଏମାନଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ସାଥିଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ଅଧିକ୍ଷକ ଦିନେଶ ପି କହିଛନ୍ତି। ତେବେ ଏପରି ଘଟଣା ଝିଅଙ୍କ ସୁରକ୍ଷାଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Also Read : ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି କରିବା ମନା, ଏହି ରାଜ୍ୟ ସରକାର ନେଲେ ନିଷ୍ପତ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.