ପ୍ରତିଥର ଫଟୋରେ ଜଳୁଥିଲା ପୁଅର ଆଖି, ଫ୍ଲାଶଲାଇଟ ପାଇଁ ଏପରି ହେଉଛି ଭାବି ଛାଡିଦେଉଥିଲେ ମା କିନ୍ତୁ ଡାକ୍ତରଙ୍କୁ ଦେଖାଇବା ପରେ ଜଣାପଡିଲା ଭୟଙ୍କର ରୋଗ

ଆମେରିକାର ଟେକ୍ସାସ ଘଟିଛି ଏକ ଅତି ଆଶ୍ଚର୍ଯ୍ୟକର ଘଟଣା। ଯେଉଁଠି ଫଟୋ ଉଠାଇବା ସମୟରେ ଜଣେ ମା ନିଜ ପିଲାର ଏକ ଭୟଙ୍କର ରୋଗ ବିଷୟରେ ଜାଣି ପାରିଛନ୍ତି । ସୂଚନା ଅନୁଯାୟୀ ଏହି ପିଲାର ମା ଏକ ନୂଆ ମୋବାଇଲ କିଣିଥିଲେ ଯେଉଁଥିରେ ସେ ନିଜ ପୁଅର ଫଟୋ ଉଠାଉଥିଲେ । ତେବେ ଏହି ଫଟୋ ଗୁଡିକ ମାଧ୍ୟମରେ ସେ ନିଜ ପୁଅକୁ ହୋଇଥିବା ଏକ ଭୟଙ୍କର ରୋଗ ବିଷୟରେ ଜାଣି ପାରିଥିଲେ ।

ଫଟୋ ଉଠାଇସାରିବା ପରେ ମହିଳା ଜଣକ ଏହି ଫଟୋଗୁଡିକୁ ନିଜ ଭଉଣୀଙ୍କୁ ମଧ୍ୟ ଦେଖାଇଥିଲେ । ଯେଉଁ ଫଟୋରେ ସେହି ପିଲାର ଡାହାଣ ଆଖିଟି ଅବିକଳ ଏକ ପଶୁର ଆଖି ପରି ଚମକୁଥିଲା । ତାଙ୍କୁ ଲାଗୁଥିଲା ଯେ ମୋବାଇଲରେ ଥିବା ଫ୍ଲାଶ କାରଣରୁ ଏପରି ହେଉଛି କିନ୍ତୁ ବେଳେବେଳେ ତାଙ୍କୁ ଏକ ଅଜଣା ଭୟ ଆସୁଥିଲା । ଏହାପରେ ସେ ଜଣେ ଡାକ୍ତରଙ୍କ ସହ ଏହି ବିଷୟରେ କଥା ହୋଇଥିଲେ ଯାହାପରେ ଜଣାପଡିଥିଲା ପିଲାଟିର ଆଖି ଚମକୁଥିବାର ପ୍ରକୃତ କାରଣ । ମହିଳା ନିଜ ପୁଅକୁ ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ ଏବଂ ପରୀକ୍ଷା ପରେ ଜଣାପଡିଥିଲା ଯେ ପିଲାଟିର ଆଖି ଫ୍ଲାସ ଯୋଗୁଁ ନୁହେଁ ବରଂ କ୍ୟାନ୍ସର କାରଣରୁ ଚମକୁଛି । ଡାକ୍ତରଙ୍କ କହିବା ଅନୁଯାୟୀ ପିଲାଟିକୁ retinoblastoma ନାମକ ଏକ ଆଖି କ୍ୟାନସର ହୋଇଛି ଯେଉଁ କାରଣରୁ ଏପରି ହୋଇଛି ।

ଏହାସହିତ ଡାକ୍ତର କହିଥିଲେ ଯେ ଭଲହେଲା ସମୟ ପୂର୍ବରୁ ଏହା ଜଣା ପଡିଗଲା କାରଣ ଏହା କ୍ୟାନ୍ସରର ଫାଷ୍ଟ ଷ୍ଟେଜ ଥିଲା । ଆଉଟିକେ ବିଳମ୍ବ ହୋଇଥିଲେ ପିଲାଟିର ଆଖି ନଷ୍ଟ ହୋଇଯିବାର ସମ୍ଭାବନା ରହିଥିଲା ଏବଂ ଚିକିତ୍ସା ସମୟରେ ମଧ୍ୟ କିଛି ବି ଘଟିପାରେ । ଏହାପରେ ପିଲାଟିର ଚିକିତ୍ସା ଆରଂଭ ହୋଇଥିଲା । ଆମେରିକାନ କ୍ୟାନ୍ସର ସୋସାଇଟିର ରିପୋର୍ଟ ଅନୁଯାୟୀ retinoblastoma ନାମକ ଏହି କ୍ୟାନସରକୁ ଅତି ସହଜରେ ଡିଟେକ୍ଟ କରାଯାଇପାରେ । ସାଧାରଣତଃ ଫ୍ଲାଶଲାଇଟରେ ଏହାକୁ ଅତି ସହଜରେ ଡିଟେକ୍ଟ କରାଯାଇପାରେ ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

25 seconds ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

6 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

36 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

44 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago