ଚରମ ଅବହେଳା! ବଡ଼ କଣା ସହିତ ୧୪ ଘଣ୍ଟାର ଉଡ଼ାଣ ଭରିଲା Emirates ବିମାନ; ଲ୍ୟାଣ୍ଡିଂ ପରେ ଯାତ୍ରୀ ହେଲେ ଚକିତ

ଦୁବାଇରୁ ବ୍ରିସ୍‌ବେନ ପାଇଁ ଉଡ଼ାଣ ଭରୁଥିବା ଅମିରାତ୍‌ ବିମାନର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକଙ୍କ ହୋଶ୍‌ ଉଡ଼ି ଯାଇଛି। ଏହି ଫଟୋରୁ ବିମାନର ଚରମ ଅବହେଳା ପଦାରେ ପଡ଼ିଛି। ସୂଚନା ମୁତାବକ, ଦୁବାଇରୁ ବ୍ରିସ୍‌ବେନ ପାଖାପାଖି ୧୪ ଘଣ୍ଟାର ଉଡ଼ାଣ ଭରି ଯେତେବେଳେ ବିମାନ ଲ୍ୟାଣ୍ଡ୍‌ କରିଥିଲା ଏବଂ ଯାତ୍ରୀମାନେ ବିମାନରୁ ଓହ୍ଲାଇଥିଲେ, ସେତେବେଳେ ସମସ୍ତେ ଦେଖିବାକୁ ପାଇଲେ କି, ବିମାନରେ ଏକ ବଡ଼ କଣା ରହିଛି। କଣା ବିମାନର ପଛଭାଗରେ ଥିଲା।

ଯେଉଁ ବିମାନରେ ବସି ଯାତ୍ରୀମାନେ ଲମ୍ବା ଯାତ୍ରା କରିଥିଲେ, ସେହି ବିମାନରେ ଏତେ ବଡ଼ କଣା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାତ୍ରୀମାନେ ଗଣମାଧ୍ୟମକୁ କହିଥିଲେ ଯେ ଉଡ଼ାଣ ଭରିବାର ୪୫ ମିନିଟ୍‌ ପରେ ଏକ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା।

କିନ୍ତୁ ଯେତେବେଳେ ସେମାନେ କ୍ରୁଙ୍କୁ ଏ ବିଷୟରେ ପଚାରିଥିଲେ, ତ କ୍ରୁ କହିଥିଲେ ଯେ ଏହା କୌଣସି ବଡ଼ କଥା ନୁହେଁ। ଆଉ ଯେତେବେଳେ ସମସ୍ତ ଯାତ୍ରୀ ଲ୍ୟାଣ୍ଡିଂ ପରେ ବିମାନରୁ ଓହ୍ଲାଇଥିଲେ, ତ ଅନୁଭବ କରିଥିଲେ କି, ସେମାନଙ୍କ ଜୀବନ ସହିିତ କିଭଳି ଭାବେ ଖେଳ ଖେଳାଯାଇଛି।

ଅପରପକ୍ଷେ ଏହି ଘଟଣାକୁ ନେଇ ଲୋକଙ୍କ କହିବା ହେଲା, ବିରାଟ କଣା ସହିତ ୧୪ ଘଣ୍ଟାର ଉଡ଼ାଣ ଭରି ପାଇଲଟ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ଜୋରଦାର ବିସ୍ଫୋରଣ ହୋଇଥିଲା, ସେହି ସମୟରେ ବିମାନ ଯାଞ୍ଚ କରାଯିବାର ଉଚିତ ଥିଲା ଏବଂ ତୁରନ୍ତ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଇବାର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.