ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ରାଜ୍ୟରେ ନ୍ୟାସନାଲ କନ୍ଫେରେନ୍ସ ଏବଂ କଂଗ୍ରେସର ମେଣ୍ଟ ସ୍ପଷ୍ଟ ଭାବରେ ସରକାର ଗଠନ କରୁଥିବାର ଦେଖାଯାଉଛି । ସେପଟେ ବିଜେପି ଦ୍ୱିତୀୟ ବଡ଼ ଦଳ ଭାବରେ ଉଭା ହୋଇଛି ।
ଜମ୍ମୁ-କାଶ୍ମୀରରେ ବିଜେପି ନିଜର ପ୍ରଥମ ଆସନରେ ବିଜୟ ଲାଭ କରିଛି । ବସୋହଲି ଆସନରୁ ବିଜେପି ପ୍ରାର୍ଥୀ ଦର୍ଶନ କୁମାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବିଜୟର ପତାକା ଉଡ଼ାଇଛନ୍ତି । ଏହାସହିତ ଦର୍ଶନ କୁମାର ରାଜ୍ୟରେ ପ୍ରଥମ ଆସନ ମଧ୍ୟ ଜିତିଛନ୍ତି । ବାକି ସମସ୍ତ ଆସନରେ ଏବେ ଗଣତି ଚାଲିଛି ।
ନିର୍ବାଚନ ଆୟୋଗଙ୍କ ମୁତାବକ, ଦର୍ଶନ କୁମାରଙ୍କୁ ମୋଟ ୩୧୮୭୪ ଖଣ୍ଡ ଭୋଟ୍ ମିଳିଛି । ସେ କଂଗ୍ରେସର ଚୌଧୁରୀ ଲାଲ୍ ସିଂଙ୍କୁ ପାଖାପାଖି ୧୬୦୩୪ ଖଣ୍ଡ ଭୋଟ୍ରେ ହରାଇଛନ୍ତି । ଲାଲ୍ ସିଂଙ୍କୁ ମୋଟ ୧୫୮୪୦ ଖଣ୍ଡ ଭୋଟ୍ ମିଳିଛି । କହି ରଖୁଛୁ, ରାଜ୍ୟରେ ବର୍ତ୍ତମାନ ୨୮ଟି ଆସନରେ ବିଜେପି ଆଗୁଆ ରହିଛି ।
ଦର୍ଶନ କୁମାର ବସୋହଲିର ବୁନ୍ଦ ଗାଁର ବାସିନ୍ଦା । ସେ ବସୋହଲି ବିଧାନସଭା ଆସନରୁ ବିଜେପି ଟିକେଟ୍ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ।