ମହାରାଷ୍ଟ୍ର ରାଜନୀତିରେ ଏଣ୍ଟ୍ରି କଲେ ଦାଉଦ ଇବ୍ରାହିମ ! ସିନ୍ଦେ କହିଲେ, “ମରିବୁ ପଛେ ଛାଡ଼ିବୁ ନାହିଁ”

ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଆଉ ଏଭିତରେ ଏକନାଥ ସିଂଦେ ଏକ ବଡ ଧରଣର ବୟାନ ଦେଇଛନ୍ତି । ସଞ୍ଜୟ ରାଉତଙ୍କ ୪୦ ଜଣ ବିଧାୟକଙ୍କ ଶବ ଗଡ଼ିବ ବୟାନ ଉପରେ ଓଲଟା ଜବାବ ରଖିଛନ୍ତି ସିଂଦେ । ଶିବସେନାର ଅସନ୍ତୁଷ୍ଟ ନେତା ଏକନାଥ ସିଂଦେ ପାର୍ଟି ନେତୃତ୍ୱ ଉପରେ ଟାର୍ଗେଟ କରି ଆଶ୍ଚର୍ଯ୍ୟର ସହ କହିଛନ୍ତିକି ବାଲ ଠାକରେଙ୍କ ପାର୍ଟି ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ରଖିଥିବା ଲୋକଙ୍କୁ କିପରି ସମର୍ଥନ କରିପାରିବ । ଖାଲି ଖାଲି ଟାରେ ବମ ଫୁଟାଇ କିପରି ନିର୍ଦ୍ଦୋଶୀ ମାନଙ୍କୁ ମାରିପାରେ ତାଙ୍କୁ କିପରି ସମର୍ଥନ କରୁଛି ବାଲ ଠାକରେଙ୍କ ଟିମ । ସିଂଦେ ଏହା ମଧ୍ୟ କହିଛନ୍ତିକି ଏହି ସମର୍ଥନ ବିରୋଧରେ ତାଙ୍କର ଓ ଅନ୍ୟ ବିଧାୟକଙ୍କ ତରଫରୁ ବିଦ୍ରୋହ ଉଠିବାରେ ଲାଗିଛି । ଆଉ ବାଲ ଠାକରେଙ୍କ ଗଠିତ ଦଳ ଶିବସେନାକୁ ବଂଚେଇବା ପାଇଁ ନିଜ ଜୀବନକୁ ବି ଦାଉରେ ଲଗେଇ ଦେଇଛନ୍ତି । ସେମାନଙ୍କର ବିରୋଧ କରିବା ପାଇଁ ସେମାନେ ଏବେ ମିଳିତ ଭାବେ ପାଦ ଉଠାଇଥିବା ଜଣାଯାଇଛି ।

ଯଦି ଏହି ପାଦ ଉଠାଇବା ଦ୍ୱାରା ମୃତ୍ୟୁ ଆମ ନିକଟକୁ ଆସେ ତେବେ ବି ଆମେ ଭୟ କରିବୁ ନାହିଁ । ଆଉ ଏକ ଟ୍ୱିଟରେ ଶିବସେନାର ବରିଷ୍ଠ ନେତା ଜଣଙ୍କ କହିଛନ୍ତିକି ଯଦି ଶିବ ସେନା ତଥା ବାଲ ଠାକରେଙ୍କ ବିଚାର ଧାରାକୁ ରକ୍ଷା କରିବାକୁ ଯାଇ କେବେ ତାଙ୍କ ଜୀବନ ଚାଲିଯାଏ ତେବେ ବି ସେ ନିଜକୁ ଭାଗ୍ୟଶାଳୀ ମନେକରିବେ । ସଞ୍ଜୟ ରାଉତ ଶିବସେନା ସୈନିକ ମାନଙ୍କୁ ସମ୍ବନ୍ଧିତ କରି କହିଛନ୍ତିକି ଆମେ ମାନେ ଏକ ଶିକ୍ଷା ପାଇଛୁ । କାହା ଉପରେ ବି ଭରସା କରିବା ଉଚିତ ନୁହେଁ । ଏମାନେ ଏବେ ଖାଲି ଏକ ଶରୀର ହୋଇ ରହିଛନ୍ତି । ସେମାନଙ୍କ ଆତ୍ମା କେବେ ଠାରୁ ମରିସାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.