କ୍ରାଇମ ପେଟ୍ରୋଲ ଦେଖି ମା’କୁ ହତ୍ୟା କଲା ଝିଅ

ମା’କୁ କ୍ରାଇମ ପେଟ୍ରୋଲ ଶୋ ଦେଖି ହତ୍ୟା । ୫୫ ବର୍ଷୀୟ ମା’ ଟିଭି ଶୋ ଦେଖି ହତ୍ୟା କରିଛି ୨୩ ବର୍ଷୀୟ ଝିଅ । କେବଳ ହତ୍ୟା ନୁହେଁ ମାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଘରେ ଲୁଚାଇଥିଲା । ମୁମ୍ବାଇରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା ।

ମୁମ୍ବାଇରେ ମା’କୁ କ୍ରାଇମ ପେଟ୍ରୋଲ ଶୋ ଦେଖି ହତ୍ୟା । ୫୫ ବର୍ଷୀୟ ମା’ ଟିଭି ଶୋ ଦେଖି ହତ୍ୟା କରିଛି ୨୩ ବର୍ଷୀୟ ଝିଅ । କେବଳ ହତ୍ୟା ନୁହେଁ ମାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଘରେ ଲୁଚାଇଥିଲା ।

ପୋଲିସ କହିବା ମୁତାବକ, ରିମ୍ପଲ ନାମକ ଜଣେ ୨୩ ବର୍ଷୀୟ ଯୁବତୀ ପ୍ରତିଦିନ ଟିଭିରେ କ୍ରାଇମ ପେଟ୍ରୋଲ ଶୋ ଦେଖନ୍ତି । ଆଉ ନିଜ ମା’କୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବାର ଆଇଡିଆ ଶୋ ଦେଖି ମିଳିଛି ବୋଲି ଜଣାପଡିଛି । ପୋଲିସ ରିମ୍ପଲଙ୍କୁ ଗିରଫ କରିଛି । ତେବେ ପୋଲିସ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ।

ସୂଚନା ଅନୁଯାୟୀ, ରିମ୍ପଲ ନିୟମିତ ରୂପରେ କ୍ରାଇମ ପେଟ୍ରୋଲ ଶୋ ଟିଭିରେ ଦେଖନ୍ତି । ମା କୁ ହତ୍ୟା କରି ଶବକୁ କାଟିବାର ବିଚାର ସେ ଏହି ସିରିଆଲ ଦେଖି ହୋଇଛି ବୋଲି ପୋଲିସ ଦାବି କରିଛି।

ମଙ୍ଗଳବାର ଦିନ ତାଙ୍କର ଜଣେ ପଡୋଶୀ ମୃତ ବୀଣାଙ୍କ ଘରର କବାଡ ବାଡେଇଥିଲେ ହେଲେ କେହି ନ ଖୋଲିବାରୁ ଘରର ଦୁର୍ଗନ୍ଧ ପାଇ ସେ ବନ୍ଧୁ ପରିବାର ବର୍ଗ ଏବଂ ପୋଲିସକୁ ଡକାଇଥିଲେ । ଏହାପରେ ପୋଲିସ କବାଟ ଭାଙ୍ଗି ପସିବା ପରେ ତାଙ୍କ ଝିଅ ରିମ୍ପଲକୁ ପାଇଥିଲେ । ତାଙ୍କର ସଂପର୍କୀୟ ରିମ୍ପଲଙ୍କୁ ତାଙ୍କ ମାଆଙ୍କ ବିଷୟରେ ପଚାରିଥିବା ବେଳେ ସେ ପ୍ରଥମେ ଖଟରେ ଶୋଇଥିବାର ଦେଖାଇଥିଲେ । ହେଲେ ଖଟରେ କେବଳ କମ୍ବଳ ତକିଆ ଥିଲା । ମା’ ଦୂର ସଂପର୍କୀୟଙ୍କ ଘରକୁ ଯାଇଛନ୍ତି ବୋଲି ପରେ ଝିଅ କହିଥିଲା ।

ରିମ୍ପଲଙ୍କ ଏପରି କଥା ଏବଂ ଘରର ଦୁର୍ଗନ୍ଧ ପୋଲିସର ସନ୍ଦେହ ବଢାଇଦେଲା । ଏହାପରେ ପୋଲିସ ରିମ୍ପଲକୁ ଥାନାକୁ ନେଇ ପଚରାଉଚରା କରିଥିଲା । ପୋଲିସ ମୃତଦେହକୁ ଖୋଜିବା ପରେ ମୁଣ୍ଡ ସହ ଗଣ୍ଡି ଏକ ଶାଢିରେ ଗୁଡା ହୋଇ ପଲିଥିନରେ ପସିଥିବାର ମିଳିଲା ଏବଂ ଶରୀରର ଅନ୍ୟାନ୍ୟ ଅଂଶ ବାଥରୁମ୍ ରେ ମିଳିଥିଲା । ପୋଲିସକୁ ସେହି ଘରେ ଏକ ଇଲେକ୍ଟ୍ରିକ ମାର୍ବଲ କଟର ଏବଂ ଦାଆ ମଧ୍ୟ ମିଳିଥିଲା ।

ପୋଲିସ ଏହି ମାମଲାରେ ଦାବି କରିଛି ଯେ, ରିମ୍ପଲ ତା’ ମାଆର ହତ୍ୟା କରି ଶରୀରକୁ ଛୋଟଛୋଟ ଖଣ୍ଡ କରିଥିବା କଥା ସ୍ୱୀକାର କରିଛି । କିନ୍ତୁ ବର୍ତ୍ତମାନ ଏହି ହତ୍ୟାର ସଂପୂର୍ଣ୍ଣ ତଥ୍ୟ ଜଣା ପଡିନାହିଁ । ପୋଲିସ ରିମ୍ପଲକୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ହେପାଜତରେ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.