ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ । ପୋଲିସ ଶଶୁରଙ୍କ ନାମରେ ଏଫଆଇଆର ଦାୟର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉତ୍ତରପ୍ରଦେଶ ବାନ୍ଦାରେ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି ।

ଖବର ମୁତାବକ, ଏହି ମାମଲା ବିସଣ୍ଡା ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳା ଥାନାରେ ଅଭିଯୋଗ କରିଛନ୍ତି କି, ଶଶୁର ଜଣକ ଅସଦାଚରଣ କରିବା ସହିତ ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବେ ବୋଲି କହିଛନ୍ତି । ମୁଁ ଯେଉଁଆଡେ ବି ଯାଏ ମୋ ପିଛା କରନ୍ତି । ଏହା ବିଷୟରେ ମୋ ସ୍ୱାମୀ ଏବଂ ଶାଶୁଙ୍କୁ କହିବା ପରେ ମଧ୍ୟ ସେମାନେ ସାହାଯ୍ୟ କରିନଥିଲେ । ଯେହେତୁ ସ୍ୱାମୀ ବାହାରେ ରହି କାମ କରନ୍ତି, ମୋ ପାଖରେ ରହିବା ସମ୍ଭବ ହୁଏନି । ଯାହାର ଫାଇଦା ଉଠାଉଛନ୍ତି ଶଶୁର ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।

ଶଶୁରଙ୍କ ଏଭଳି କାମରେ ବିରକ୍ତି ହୋଇ ମହିଳା ଜଣକ ବାପ ଘରକୁ ଚାଲିଯାଇଥିଲେ । ଆଉ ଏହାର ଫାଇଦା ନେଇ ଶଶୁର ବୋହୂକୁ ଧମକ ଦେଇଥିଲେ କି, ଯଦି ପତ୍ନୀ ହୋଇ ରହିବ, ତେବେ ଏଠାକୁ ଆସିବ । ନହେଲେ ଜୀବନରୁ ମାରିଦେବି । ତେବେ ମହିଳାଙ୍କ ସ୍ୱାମୀ ମଧ୍ୟ ବାପାଙ୍କ କଥାରେ ଏକମତ ହୋଇଥିଲେ । ଏହାପରେ ମହିଳା ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଶଶୁର ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ମାମଲାରେ ବିସଣ୍ଡା ଥାନା ଅଧିକାରୀ ଶ୍ୟାମବାବୁ ଶୁକ୍ଲା କହିଛନ୍ତି କି, ଏହି ମାମଲାକୁ ନେଇ ଅଭିଯୋଗ ହେବା ପରେ ତୁରନ୍ତ ମକଦ୍ଦମା ଦାୟର ହୋଇଛି । ମାମଲାର ଯାଞ୍ଚ ଚାଲିଛି । ଯେଉଁସବୁ ତଥ୍ୟ ସାମ୍ନାକୁ ଆସିଛି, ତାହା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

You might also like