କ୍ରିକେଟ୍ ବ୍ୟାଟରେ ପିଟି ଶ୍ବଶୁରର ଜୀବନ ନେଲା ବୋହୁ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଗାଜିଆବାଦ : ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ମହିଳାଙ୍କୁ ଅସଦାଚାରଣ କରିବା ଅଭିଯୋଗରେ କ୍ରିକେଟ୍ ବ୍ୟାଟରେ ପିଟି ଶ୍ବଶୁରଙ୍କ ଜୀବନରୁ ମାରି ଦେଇଛନ୍ତି ମହିଳା । ପୋଲିସ୍ ସୂଚନା ଅନୁସାରେ କବି ନଗର ଅଞ୍ଚଳରେ ଘଟିଛି ଏହି ଘଟଣା ।

ଏହା ପରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି । ଡେପୁଟି ପୋଲିସ କମିଶନର ରାଜେଶ କୁମାର କହିଛନ୍ତି ଯେ ହରସାଓ ଗାଁର ଚୌକିଦାର ମାଲଖାନ ସିଂହ ଏହି ମାମଲାରେ ଏକ ମାମଲା ଦାୟର କରିଛନ୍ତି ।

ମୃତକଙ୍କ ନାମ ହେଉଛି ପତିରାମ (୬୩), ଯିଏ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରୁ ଅବସରପ୍ରାପ୍ତ ଥିଲେ । ଏହି ଘଟଣାଟି ଶୁକ୍ରବାର ଘଟିଛି । କବି ନଗର ଅଞ୍ଚଳର ଗୋବିନ୍ଦପୁରମ କଲୋନି ନିବାସୀ ପତିରାମଙ୍କ ପୁଅ ଜିତେନ୍ଦ୍ର ସିଂହଙ୍କ ବିଧବା ପତ୍ନୀ ଆରତୀ ଘର ଝାଡୁ କରୁଥିବା ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅସଦାଚାରଣ କରିଥିଲେ । ତାଙ୍କ ସ୍ୱାମୀ ଚାରି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଆରତୀ ପୋଲିସକୁ କହିଥିଲେ ।

ଅଭିଯୁକ୍ତ ମହିଳା ଅଭିଯୋଗ କରିଛନ୍ତି ଅନେକ ମହିଳାଙ୍କ ସହିତ ଶ୍ୱଶୁରଙ୍କର ଅବୈଧ ସମ୍ପର୍କ ଥିଲା ଏବଂ ସେ ତାଙ୍କୁ ସମ୍ପତ୍ତିରେ ଅଂଶ ଦେବାକୁ ପ୍ରସ୍ତୁତ ନଥିଲେ । ପୋଲିସ ନିକଟରେ ଦେଇଥିବା ସୂଚନାରେ ମହିଳା ଜଣକ ଏପରି ଅଭିଯୋଗ କରିଛନ୍ତି । ଗୋଟିଏ ମାସ ପୂର୍ବରୁ ମହିଳା କୋର୍ଟଙ୍କ ନିର୍ଦ୍ଦେଶ ପରେ ଘରକୁ ଫେରିଥିଲେ । ଯେତେବେଳେ ଶ୍ୱଶୁର ସନ୍ଧ୍ୟା ସମୟରେ ଘରକୁ ଫେରିଲେ ସେତେବେଳେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ବୋହୂ ରାଗିଯାଇ ଶ୍ବଶୁର ମୁଣ୍ଡକୁ କ୍ରିକେଟ୍ ବ୍ୟାଟରେ ତିନି ଥର ଆଘାତ କରିଥିଲେ ।

ପୋଲିସ କହିଛି ଯେ ଯେତେବେଳେ ପତିରାମ ଖସିଯିବାକୁ ଚେଷ୍ଟା କରୁଥିଲେ । ଆରତୀ ତାଙ୍କୁ ଦୁଇଥର ଛୁରୀରେ ଆକ୍ରମଣ କରିଥିଲେ । ଏହାପରେ ପତିରାମ ତଳେ ପଡ଼ିଗଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୋଲିସ କହିଛି । ଏହାପରେ ଆରତୀ ବ୍ୟାଟକୁ ଲୁଚାଇ ରଖିଥିଲେ । ରକ୍ତ ଦାଗ ପୋଛି ଦେବା ସହ ସବୁ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ପୋଷାକ ବଦଳାଇ ଦେଇଥିଲେ ବୋଲି ଅଧିକାରୀ କହିଛନ୍ତି ।

ଡେପୁଟି କମିଶନର ଅଫ୍ ପୋଲିସ (ସହର) ରାଜେଶ କୁମାର କହିଛନ୍ତି ଯେ ଗ୍ରାମର ଚୌକିଦାର ମାଲଖାନ ସିଂହଙ୍କ ଅଭିଯୋଗ ଆଧାରରେ କବି ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ଏହାପରେ ମହିଳାଙ୍କୁ ଗିରଫ କରାଯାଇଛି ।

Also read: ବିଜେପି ନେତାଙ୍କ ଦାଦାଗିରି, ବିଚ୍ ରାସ୍ତାରେ ସରକାରୀ ଅଧିକାରୀଙ୍କୁ କ୍ରିକେଟ୍ ବ୍ୟାଟରେ ପିଟିଲେ