ଶାଶୂ ହାତରେ କରାଇବାକୁ ଚାହୁଁଥିଲେ ଘର କାମ, ନହେବାରୁ ଶାଶୂଙ୍କୁ ବୋହୂଙ୍କ ଚାପଡ଼ା ମାଡ଼, ଭିଡ଼ିଓ ଭାଇରାଲ

ଗୁରୁଗ୍ରାମ : ଭାରତୀୟ ପରମ୍ପରାରେ ଶାଶୂ ବୋହୂଙ୍କ ସମ୍ପର୍କ ଠିକ୍‌ ମା‘ ଝିଅର ସମ୍ପର୍କ ପରି । ମା’କୁ ଝିଅ ଯେପରି ସମ୍ମାନ ଦିଏ, ଶାଶୂଙ୍କୁ ମଧ୍ୟ ସେପରି ସମ୍ମାନ ଦିଆଯିବାର ଦେଖାଯାଏ । ହେଲେ କଳିଯୁଗରେ ଏମିତି କିଛି ବୋହୂ ଅଛନ୍ତି ଯିଏ ଶାଶୂଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଉ ନାହାଁନ୍ତି ।

ଏମିତି ଘଟଣା ଘଟିଛି ହରିୟାନାର ଗୁରୁଗ୍ରାମରେ । ଜଣେ ବୋହୂ ଘରେ ଶାଶୂଙ୍କୁ କାମ କରାଇବା ନେଇ ମାଡ଼ ମାରିଛନ୍ତି । ଏହି ଭିଡ଼ିଓଟି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଘରେ କାମ ବାଲି ରଖିବାକୁ ନେଇ ଝଗଡ଼ା ଲାଗିଥିବା ବେଳେ ଶାଶୂଙ୍କୁ ଘରେ କାମ କରାଇବା ନେଇ ବୋହୂ ଝଗଡ଼ା କରିବା ଓ ଶେଷରେ ଶାଶୂଙ୍କୁ ଚାପୁଡ଼ା ମାରିବା ଭଳି ଅଭାବନୀୟ ଘଟଣା ଘଟିଥିଲା । ଘରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

https://youtu.be/aV1BtxtQWQQ

ଘରେ ବୋହୂର ତାଣ୍ଡବରେ ସବୁ ସଦସ୍ୟ ଚୁପ୍‌ ଥିବା ବେଳେ ପଡୋଶୀ ଶାଶୂଙ୍କୁ ଉଦ୍ଧାର କରିବାକୁ ଆସି ବୋହୂର ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ବୋହୂ ଶାଶୂଙ୍କୁ ବାରବାର ଚାପୁଡ଼ା ମାରୁଥିବା ବେଳେ ଏହାକୁ କେହି ଭିଡ଼ିଇ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଲୋକେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.