ଦେଶ ବିଦେଶ

ବାପାଙ୍କ ଶେଷ ଇଚ୍ଛା ପୂରଣ କଲା ଝିଅ: ପରିବାର ବିରୋଧରେ ଯାଇ କୋକେଇକୁ କାନ୍ଧ ଦେବା ସହ ଦେଲା ମୁଖାଗ୍ନି

ପୁଅର କର୍ତ୍ତବ୍ୟ କଲା ଝିଅ। ଉତ୍ତର ପ୍ରଦେଶର ଇଟାବର ଜିଲ୍ଲାର ଏକ ଝିଅ ସାମାଜିକ ନୀତି ନିୟମକୁ ଭ୍ରୁକ୍ଷେପ ନ କରି ପୁଅ ଭଳି ବାପାଙ୍କ ମୁହଁରେ ନିଆଁ ଦେଇଛି। ଉସରାହାର ଥାନା ଅନ୍ତର୍ଗତ ସରସଇନାବରରେ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଝିଅ କେବଳ ବାପାଙ୍କୁ କାନ୍ଧ ଦେଇନି, ବରଂ ମୁଖାଗ୍ନି ଦେଇ ରୁଢ଼ିବାଦୀ ପରମ୍ପରାକୁ ଭାଙ୍ଗିଛି।

ସୂଚନାଯୋଗ୍ୟ ଯେ ସରସଇନାବରର ସନ୍ତଶରନ୍‌ କଠେରିଆଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ତାଙ୍କର ୪ଟି ଝିଅ ସୀତା, ଚିତ୍ରା, ନୀଲମ୍‌ ଓ ପୁନମ୍‌ ଅଛନ୍ତି। ସନ୍ତଶରନ୍‌ଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ତାଙ୍କ ଇଚ୍ଛା ଥିଲା ଯେ ଝିଅମାନେ ହିଁ ତାଙ୍କ ମୁହଁରେ ନିଆଁ ଦିଅନ୍ତୁ। କିନ୍ତୁ ଏ ନେଇ ପରିବାରରେ ମତଭେଦ ଆରମ୍ଭ ହୋଇଯାଇଥିଲା। ଏମିତି କି ତାଙ୍କ ଶବକୁ କାନ୍ଧ ଦେବାକୁ ବି ଲୋକମାନେ ଆପତ୍ତି କରିଥିଲେ। କିନ୍ତୁ ତାଙ୍କ ସାନ ଝିଅ ପୁନମ୍‌ ଲୋକଙ୍କ କଥାକୁ ଖାତିର ନ କରି ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଅଣ୍ଟା ଭିଡ଼ିଥିଲା। ସେ ବାପାଙ୍କ ମୃତ ଦେହକୁ କାନ୍ଧ ଦେବା ସହ ଶ୍ମଶାନ ଯାଇ ମୁଖାଗ୍ନି ବି ଦେଇଥିଲା।

ପୁନମ୍‌ କହିଛନ୍ତି, ମୋ ପାଇଁ ସାମାଜିକ ପ୍ରଥା ପରମ୍ପରାଠୁ ବାପାଙ୍କ ଅନ୍ତିମ ସଂସ୍କାର ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ବାପା ଏୟାରଫୋର୍ସରୁ ଅବସର ନେଇଥିଲେ। ସେ ବଞ୍ଚିଥିବା ବେଳଠୁ ହିଁ ପୁନମ୍‌ଙ୍କୁ ତାଙ୍କର ମୁଖାଗ୍ନି ଦେବାକୁ କହିଥିଲେ। ଏଣୁ ସେ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିଛନ୍ତି ବୋଲି କହିଛନ୍ତି ପୁନମ୍‌।

Also Read: ପୋସ୍ତରେ ଭରି ରହିଛି ଅନେକ ଔଷଧୀୟ ଗୁଣ, କ୍ୟାନ୍‌ସରଠୁ ମଧୁମେହ ଯାଏଁ ସବୁ ରୋଗକୁ ଚୁଟ୍‌କିରେ କରିଦିଏ ଛୁମନ୍ତର

WCW 11

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

14 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

25 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

38 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

41 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago