ଦେଶ ବିଦେଶ

ପଛରେ ରହିଛି ବାପାର ଶବ, ସାମ୍ନାରେ ହଟ୍‌ ଅନ୍ଦାଜରେ ପୋଜ୍‌ ଦେଲା ଝିଅ; ଘୃଣିତ କହି ଏମିତି ପ୍ରତିକ୍ରିୟା ରଖିଲେ ୟୁଜର୍ସ

ଏବେ ଆମେରିକାର ଜଣେ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯିଏକି ନିଜ ବାପାଙ୍କ ଅନ୍ତିମ ସଂସ୍କାର ସମୟରେ ଏହି ଫଟୋଗୁଡ଼ିକୁ ଉଠାଇଛନ୍ତି। ଭାଇରାଲ ହେଉଥିବା ସମସ୍ତ ଫଟୋରେ ଯୁବତୀଙ୍କ ପଛରେ ଏକ କଫିନ୍‌ ରଖା ହୋଇଥିବା ଏବଂ ତା’ ଭିତରେ ତାଙ୍କ ବାପାଙ୍କ ମୃତ ଶରୀର ରହିଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ସାଇଟ୍‌ ‘ରେଡିଟ୍‌’ରେ ଏହି ଫଟୋଗୁଡ଼ିକୁ ସେୟାର କରାଯାଇଛି। ଯୁବତୀ ଜଣକ ତାଙ୍କ ବାପାଙ୍କ ମୃତଦେହ ସାମ୍ନାରେ ହଟ୍‌ ଅନ୍ଦାଜରେ ଛିଡ଼ା ହୋଇ ଫଟୋଗୁଡ଼ିକୁ ଉଠାଇଛନ୍ତି।

ଅନ୍ତିମ ବିଦାୟ ସମୟରେ ଯୁବତୀ ଯେଉଁଭଳି ଭାବେ ଗ୍ଲାମରସ୍‌ ଅନ୍ଦାଜରେ ପୋଜ୍‌ ଦେଇଛନ୍ତି, ତାହାକୁ ନେଇ ୟୁଜରମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ପୂରା ମାମଲା ବିଷୟରେ ଆସନ୍ତୁ ଜାଣିବା। ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, କଫିନ୍‌ ଭିତରେ ନଜର ଆସୁଥିବା ଏହି ମୃତଦେହ ଆଉ କାହାର ନୁହେଁ, ବରଂ ଯୁବତୀଙ୍କ ବାପାଙ୍କର। ବାପାଙ୍କ ଅନ୍ତିମ ସଂସ୍କାରରେ ସେ ବ୍ଲାକ୍‌ ଡ୍ରେସ୍‌ରେ ବହୁତ ଗ୍ଲାମରସ ଅନ୍ଦାଜରେ ଫଟୋ ଉଠାଇଛନ୍ତି। ସେ କଳା ରଙ୍ଗର ସ୍ଲିଭ୍‌ ଯୁକ୍ତ ବ୍ଲେଜର ମିନି ଡ୍ରେସ୍‌ ପିନ୍ଧି ବାପାଙ୍କ କଫିନର ଠିକ୍‌ ସାମ୍ନାରେ ବୋଲ୍ଡ ପୋଜ୍‌ ଦେଇଛନ୍ତି। ଏହାଛଡ଼ା ଯୁବତୀ ଗୋଡ଼ରେ ହାଇ ହିଲ୍‌ ପିନ୍ଧିଛନ୍ତି ଏବଂ ଅତ୍ୟଧିକ ମେକ୍‌ଅପ କରିଛନ୍ତି।

photo: Zee News

ଯୁବତୀ ନିଜ ଫଟୋଗୁଡ଼ିକୁ ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ସେୟାର କରିଥିଲେ। ଏହାପରେ କିଏ ଏହାକୁ ରେଡିଟ୍‌ରେ ଏକ ଗ୍ରୁପ୍‌ରେ ସେୟାର କରି ଦେଇଛି। ଫଟୋଗୁଡ଼ିକ ଲୋକଲୋଚନକୁ ଆସିବା ପରେ ୟୁଜରମାନେ ଯୁବତୀଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ମହିଳା ଜଣକ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ RIP ସହିତ କିଛି ହ୍ୟାଶ୍‌ ଟ୍ୟାଗ୍‌ ମଧ୍ୟ ବ୍ୟବହାର କରିଛନ୍ତି, ଯେପରି #Papi #Dadless #Veteran #Ptsd #Funeral #Neverforgotten ଇତ୍ୟାଦି। ଅନେକ ଲୋକ ଯୁବତୀଙ୍କ ଏଭଳି ହରକତକୁ ଘୃଣିତ ଏବଂ ସମ୍ବେଦନଶୀଳ ବୋଲି କହିଛନ୍ତି।

ସେହିପରି ଜଣେ ୟୁଜର ଯୁବତୀଙ୍କ ବ୍ୟବହାରକୁ ବହୁତ ଅନୁଚିତ ଏବଂ ଅସଭ୍ୟ ବୋଲି କହିଛନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି କି, ‘କାହାର ମୃତ୍ୟୁରେ ଏମିତି ହରକତ ଶୋଭା ପାଇ ନ ଥାଏ। ଲଜ୍ଜାଜନକ’। ସୂଚନାଥାଉ କି, ମୃତଦେହ ସାମ୍ନାରେ ଛିଡ଼ା ହୋଇ ଏମିତି ଫଟୋ ଉଠାଇବା ୟୁଜରମାନଙ୍କୁ ଆଦୌ ପସନ୍ଦ ଆସି ନାହିଁ। ୟୁଜରମାନେ ଏହାକୁ ନେଇ ଯୁବତୀଙ୍କୁ ଖୁବ୍‌ ଗାଳି ଦେଇଛନ୍ତି। କିଛି ୟୁଜର ତାଙ୍କୁ ତୁରନ୍ତ ଏହି ପୋଷ୍ଟକୁ ସୋସିଆଲ ମିଡିଆରୁ ହଟେଇବାକୁ କହିଛନ୍ତି। ଜଣେ ଲେଖିଛନ୍ତି କି, ‘ବାପାଙ୍କ ମୃତ୍ୟୁରେ ନିଜ ମୁହଁକୁ ଏମିତି ଭାବେ କିଏ ଦେଖାଇଥାଏ’? ଯଦିଓ ଯୁବତୀ ଜଣକ କାହିଁକି ଏମିତି କଲେ, ସେ ନେଇ କୌଣସି ସୂଚନା ସାମ୍ନାକୁ ଆସି ନାହିଁ।

Roshni

Recent Posts

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

11 mins ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

40 mins ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

1 hour ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

3 hours ago

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

3 hours ago

ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…

3 hours ago