ଦେଶ ବିଦେଶ

ଦରକାର ପଡିଲେ ରିଷଭ ପନ୍ତଙ୍କୁ ଡେରାଡୁନରୁ ଦିଲ୍ଲୀ କରାଯିବ ଏୟାରଲିଫ୍ଠ : DDCA

ଡିଡିସିଏ ତରଫରୁ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଡିଡିସିଏର ଏକ ଟିମ ରିଷଭ ଚିକିତ୍ସିତ ହେଉଥିବା ଡେରାଡୁନର ମ୍ୟାକ୍ସ ହସପିଟାଲ ପହଞ୍ଚିଛି । ଯଦି ରିଷଭଙ୍କ ଚିକିତ୍ସା ପାଇଁ ଦରକାର ପଡେ, ତେବେ ତାଙ୍କୁ ତୁରନ୍ତ ଏୟାରଲିଫ୍ଟ ତୁରନ୍ତ କରାଯିବ । ଟିମ୍‌ ସେଠାରେ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସମୀକ୍ଷା କରିବ। ଏହାପରେ ଯଦି ଦରକାର ପଡ଼ିବ, ତା’ହେଲେ ଅଧିକ ଚିକିତ୍ସା ଓ ଅନ୍ୟ ପ୍ଲାଷ୍ଟିକ ସର୍ଜରୀ ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ ମଧ୍ୟ କରାଯିବା ବ୍ୟବସ୍ଥା କରାଯିବ ବୋଲି ଡିଡିସିଏ କହିଛି।

ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିଛି । ତେବେ ଏବେ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ କରାଯାଇଛି। ରିପୋର୍ଟରେ ଏହା ସ୍ୱାଭାବିକ ଥିବା ସ୍ପଷ୍ଟ ହୋଇଛି। ତେବେ ଉତ୍ତରାଖଣ୍ଡର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଲାଗିଥିଲା। ସେସବୁ କ୍ଷତ ଚିହ୍ନଗୁଡ଼ିକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି।

ସୂଚନାଯୋଗ୍ୟ, ରିଷଭଙ୍କ ଗାଡି ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିଷଭଙ୍କ ଆଖି ଲାଗିଯିବାରୁ ଡିଭାଡରରେ ପିଟି ହୋଇ କାରରେ ନିଆଁ ଲାଗିଯାଇଥିଲା। କାରରେ ସଂପୂର୍ଣ୍ଣ ନିଆଁ ଲାଗିଯାଇଥିବା ବେଳେ ରିଷଭ କାରର କାଚ ଭାଙ୍ଗି ବାହାରକୁ ଡେଇଁ ପଡିଥିଲେ । ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ବସ୍ ଦୁର୍ଘଟଣା ଦେଖି ଅଟକିଯାଇଥିଲା। ସେଇ ବସରେ ଥିବା ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ତୁରନ୍ତ ଦୁର୍ଘଟଣାଗ୍ରସ୍ତ କାରକୁ ପାଖକୁ ଯାଇ ଋଷଭ ପନ୍ତଙ୍କଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ। ଆଉ ଉଦ୍ଧାର କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଇଥିଲେ।  ହି ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଜଣକ ଭଗବାନ ସାଜି ପନ୍ତଙ୍କ ଜୀବନ ବଞ୍ଚାଇଥିଲେ । ବସ୍‌ ଡ୍ରାଇଭର ଜଣକ ବସ୍‌କୁ ଅଟକାଇ ପନ୍ତଙ୍କୁ ଜଳୁଥିବା କାର ନିକଟରୁ କାଢି ଆଣି ହସପିଟାଲକୁ ପଠାଇଥିଲେ । ରିଷଭଙ୍କୁ ସହାୟତା କରିଥିବା ବସ୍‌ ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ ହରିୟାଣା ରୋଡେଓ୍ଵଜର ପାନିପତ ଡିପୋରେ କାମ କରନ୍ତି । ଅନ୍ୟମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ତେବେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଏଭଳି ମାନବିକତା ପାଇଁ ତାଙ୍କୁ ହରିୟାଣା ସରକାରଙ୍କ ତରଫରୁ ସମ୍ମାନିତ କରାଯିବ ବୋଲି ଖବର ମିଳିଛି ।

 

Swagatika

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

12 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago