ଦୁର୍ଘଟଣାର ୧୧ ଦିନ ପରେ ଆରବ ସାଗରରୁ ମିଳିଲା MiG-29K ର ପାଇଲଟଙ୍କ ଶବ

ଭାରତୀୟ ନୌସେନାର ବିମାନ MiG-29K ଦୁର୍ଘଟଣାଗ୍ରସ୍ତ ହେବାର ୧୧ ଦିନ ବିତିଗଲାଣି। ଦୀର୍ଘ ୧୧ ଦିନ ପରେ ନିଖୋଜ ହୋଇଥିବା ଜଣେ ପାଇଲଟଙ୍କ ମୃତଦେହ ଆରବ ସାଗରରୁ ଉଦ୍ଧାର କରାଯାଇଛି। ମୃତ ପାଇଲଟ୍‌ଙ୍କ ନାମ ନିଶାନ୍ତ ସିଂହ ।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଭାରତୀୟ ନୌସେନାର ଏକ ଟ୍ରେନର ପ୍ଳେନ୍ MiG-29K ଗୁରୁବାର ସନ୍ଧ୍ୟାରେ ସମୁଦ୍ର ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ପାଇଲଟ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ପାଇଲଟ ନିଖୋଜ ରହିଥିଲେ। ଏହାର ସୂଚନା ମିଳିବା ମାତ୍ରେ ସର୍ଚ୍ଚ ଅପରେସନ୍ କରାଯାଇଥିଲେ ମଧ୍ୟ ପାଇଲଟଙ୍କ ସନ୍ଧାନ ମିଳିପାରିନଥିଲା। MiG 29 ବିମାନ ରୁଷ ବିମାନ ଅଟେ। ଏହାର ଲମ୍ବା ୧୭.୩୨ ମିଟର(୫୬ ଫୁଟ୍ ୧୦ ଇଞ୍ଚ) ଓ ସର୍ବାଧିକ ଓଜନ ବହନ କ୍ଷମତା ୧୮,୦୦୦ କିଲୋଗ୍ରାମ। ସୂଚନାଯୋଗ୍ୟ, ଚଳିତବର୍ଷ ଫେ ସୂଚନାଯୋଗ୍ୟ, ଫେବ୍ରୁଆରୀରେ ଭାରତୀୟ ନୌସେନାର ଏକ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଏଥିରେ କୌଣସି ପାଇଲଟକୁ କିଛି କ୍ଷତି ପହଞ୍ଚିନଥିଲା।

You might also like