ପାକିସ୍ତାନରେ ମୃତଦେହକୁ ମଧ୍ୟ ଛାଡୁନାହାନ୍ତି, କବରରୁ ଖୋଳି ଦୁଷ୍କର୍ମ କରୁଛନ୍ତି ଯୌନ ପୀପାଷୁ

ପାକିସ୍ତାନରେ ଅତ୍ୟନ୍ତ ଲଜ୍ୟାଜନକ ଘଟଣା । କବର ଭିତରୁ ମହିଳାଙ୍କ ମୃତଦେହ ଖୋଳି ଆଣି ଯୌନ ପୀପାଷୁ କରୁଛନ୍ତି ଦୁଷ୍କର୍ମ । ମୃତକଙ୍କ କବରକୁ ଗ୍ରୀଲରେ ତାଲା ପକାଇ ଜଗୁଛନ୍ତି ପରିଜନ ।

ମଣିଷ ବଞ୍ଚିବା ବେଳେ ବାରମ୍ବାର କୁହେ, ମଣିଷ ମରିଯାଆନ୍ତା କି, ଟିକେ ଶାନ୍ତିରେ ରୁହନ୍ତା । କିନ୍ତୁ ଏଠାରେ ମରିବା ପରେ ଶାନ୍ତି ମଧ୍ୟ ମିଳୁନି । ପାକିସ୍ତାନରେ ଯୌନ ପୀପାଷୁମାନେ ସୁଖ ପାଇଁ ଏକ ଅଜବ ଉପାୟ ଆପଣାଇଛନ୍ତି । ଏମାନେ କିଛିଦିନ ତଳେ ପୋତା ଯାଇଥିବା ମହିଳାଙ୍କ ମୃତଦେହକୁ ବାହାର କରି ଦୁଷ୍କର୍ମ କରୁଛନ୍ତି । ଏମାନେ ପାର କରୁଛନ୍ତି ସବୁ ମାନସିକତା । ଏପରି ଘଟଣା ପରେ ପରିଜନଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଯୌନ ପୀପାଷୁ ଏବଂ ବିକୃତ ମାନସିକତା ରଖୁଥିବା ଏଭଳି ଲୋକ ଏପରି କରୁଛନ୍ତି । ଖାସ୍‌ ଏଥିପାଇଁ ପରିବାର ଲୋକେ ମୃତଦେହ ପୋତା ହୋଇଥିବା ସ୍ଥାନରେ ଗ୍ରୀଲ ଲଗାଇ ତାଲା ପକାଇ ରଖୁଛନ୍ତି । ଆଉ ସୁରକ୍ଷା ପାଇଁ ପରିବାର ଲୋକ ଶ୍ମଶାନରେ ପହରା ଦେଉଛନ୍ତି । ପାକିସ୍ତାନରେ ଏମିତି ଅନେକ ମାମଲା ଦେଖିବାକୁ ମିଳିଛି ।

ଅନେକ ଲୋକ ମୃତଦେହରେ ଦରକାର ଠାରୁ ଅଧିକ ଲୁଣ ଦେଉଛନ୍ତି । ଜଲଦି ମୃତଦେହ ସଢିଯାଉ, ପରିବାର ଲୋକ ଏମିତି କରୁଛନ୍ତି । କରାଚୀ ଏବଂ ଅନ୍ୟ ସହରରେ ଏମିତି ମାମଲା ଦେଖିବାକୁ ମିଳିଛି । କିଛି ସମୟ ପୂର୍ବରୁ ସିନ୍ଧ ପ୍ରାନ୍ତରେ ଏକ ଗାଁରେ ୧୪ ବର୍ଷ ଝିଅ ସହିତ ଶବ ସହିତ ଏମିତି ଘଟଣା ଦେଖିବାକୁ ମିଳୁଛି । ଏହା ପୂର୍ବରୁ ଜଣେ ମହିଳାଙ୍କ ମୃତଦେହ ସହିତ କବର ଭିତରୁ ଦୁର୍ବୃତ୍ତ ଏପରି କରିଛନ୍ତି ।

ଏହାକୁ ନେଇ ପାକିସ୍ତାନର ମୌଲାନା ରାସିଦ ଖାଦ କହିଛନ୍ତି, ମଣିଷ ବଞ୍ଚିବା ବେଳେ କେମିତି କରି ଏଭଳି ଦୁର୍ବୃତ୍ତଙ୍କ ଠାରୁ ନିଜକୁ ରକ୍ଷା କରିପାରେ । କିନ୍ତୁ ମରିଗଲା ପରେ ଯଦି କବର ପର୍ଯ୍ୟନ୍ତ ଏମାନେ ଯାଇପାରୁଛନ୍ତି, ଏହା ଅତ୍ୟନ୍ତ ଲଜ୍ୟାଜନକ ଘଟଣା । ଏମିତି ଲୋକଙ୍କୁ ନିଆଁରେ ପୋଡିଦେବା ଉଚିତ । ଏଭଳି ଲୋକଙ୍କୁ କଠୋର ଦଣ୍ଡ ମିଳିବା ଦରକାର । ତେବେ ସ୍ଥାନୀୟ ପୋଲିସ ଏବଂ ସମାଜସେବୀ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.