ଉତ୍ତର ପ୍ରଦେଶର ଲଖିମ୍ପୁର ଖେରିରେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାର ଲୋକଙ୍କୁ ଯୋଗୀ ସରକାର ୪୫-୪୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ସେପଟେ କେନ୍ଦ୍ର ସରକାର ମଧ୍ୟ କରୋନାଜନିତ ମୃତ୍ୟୁରେ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। କିନ୍ତୁ କେତେକ ମାମଲାରେ ସରକାର କ୍ଷତିପୂରଣ ଦିଅନ୍ତି ନାହିଁ। ତେଣୁ ଏଠି ପ୍ରଶ୍ନ ଉଠୁଛି କି, କେଉଁ ଆଇନ ଅଧୀନରେ ସରକାର ପୀଡ଼ିତଙ୍କୁ କ୍ଷତିପୂରଣ ଦେଇଥାଆନ୍ତି ଏବଂ ସରକାରଙ୍କୁ କ୍ଷତିପୂରଣ ଦେବା ପାଇଁ ବାଧ୍ୟ କରାଯାଇ ପାରିବ କି?
କ୍ଷତିପୂରଣ କାହିଁକି ଜରୁରୀ
ସାରା ବିଶ୍ୱରେ ଗଣତାନ୍ତ୍ରିକ ସମାଜରେ ନାଗରିକମାନଙ୍କର ସୁରକ୍ଷା ଦାୟିତ୍ୱ ସେଠାକାର ସରକାରଙ୍କର ହୋଇଥାଏ। ଯଦି କିଛି ମାମଲାରେ କୌଣସି ସରକାର ନିଜର ଏହି ଭୂମିକା ନିଭାଉ ନାହାନ୍ତି, ତା’ହେଲେ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥାଏ।
ଆନ୍ଦୋଳନରେ ହିଂସା ଘଟିଲେ କେତେ ଏବଂ କାହିଁକି ମିଳିଥାଏ କ୍ଷତିପୂରଣ
କୌଣସି ସରକାର ଯଦି କିଛି ଅପରାଧରେ ପୀଡ଼ିତ ପକ୍ଷକୁ କ୍ଷତିପୂରଣ ଦେବାକୁ ଘୋଷଣା କରୁଛନ୍ତି, ତ ସେ ପରୋକ୍ଷ ଭାବେ ଏହା ମଧ୍ୟ ସ୍ୱୀକାର କରି ନେଇଥାଆନ୍ତି କି, ସେ କେଉଁଠି ନା କେଉଁଠି ନିଜ ଦାୟିତ୍ୱ ନିଭାଇବାରେ ବିଫଳ ରହିଛନ୍ତି। ଲଖିମ୍ପୁର ଖେରି ମାମଲାରେ ମଧ୍ୟ ସରକାର ମୃତ କୃଷକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରି ନିଜ ବିଫଳତାକୁ ସ୍ୱୀକାର କରିଛନ୍ତି।
ବାସ୍ତବରେ, ଆମ ସମ୍ବିଧାନ ନିଜ ନାଗରିକମାନଙ୍କୁ ଶାନ୍ତି ପୂର୍ବକ ଆନ୍ଦୋଳନ ଏବଂ ବିରୋଧ ପ୍ରଦର୍ଶନ କରିବାର ଅଧିକାର ଦେଇଛି। ଏମିତି କରିବା ନାଗରିକଙ୍କ ଅଧିକାର ହୋଇଥାଏ। କିନ୍ତୁ ଯଦି ଆନ୍ଦୋଳନ କି ପ୍ରଦର୍ଶନ ସମୟରେ କୌଣସି ହିଂସା ଘଟେ କିମ୍ବା ଏଥିରେ କାହାର ଜୀବନ ଯାଏ, ତ ଏହି ଦାୟିତ୍ୱହୀନତା ସରକାରଙ୍କ ଉପରକୁ ଆସିଯାଇଥାଏ।
କରୋନାରେ ମୃତ୍ୟୁ ଘଟିଲେ କ୍ଷତିପୂରଣ କାହିଁକି
କେନ୍ଦ୍ର ସରକାର ଯେତେବେଳେ କୌଣସି ରୋଗ କିମ୍ବା ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରି ଦିଅନ୍ତି, ତ ଏହା ଅଧୀନରେ କ୍ଷତିପୂରଣ ଦେବାକୁ ହୋଇଥାଏ। କେନ୍ଦ୍ର ସରକାର ୧୪ ମାର୍ଚ୍ଚ, ୨୦୨୦ରେ କରୋନାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଥିଲେ। ଏହି ଆଧାରରେ ପିଟିସନର୍ ସୁପ୍ରିମ କୋର୍ଟଙ୍କ ପାଖରେ ମୃତକଙ୍କ ପରିଜନଙ୍କୁ ୪-୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିବେଦନ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରାଳୟ, Disaster Management Authorityର ନୋଡାଲ ଏଜେନ୍ସି ୮ ଏପ୍ରିଲ ୨୦୧୫ରେ ଏକ ଅଧିସୂଚନା ଜାରି କରିଥିଲା, ଯେଉଁଥିରେ କୌଣସି ବି ସୂଚୀବଦ୍ଧ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ୪-୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର କଥା ଉଲ୍ଲେଖ କରାଯାଇଥିଲା।
ସୁପ୍ରିମ କୋର୍ଟଙ୍କ ବର୍ତ୍ତମାନର ନିଷ୍ପତ୍ତି ଏହି ଅଧିସୂଚନା ଉପରେ ଆଧାରିତ। ଏହି ଅଧିସୂଚନା ଆଧାରରେ ସରକାର କ୍ଷତିପୂରଣ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ଏମିତିରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ସ୍ପଷ୍ଟ କରି ଦେଇଥିଲେ ଯେ ସେ ୪-୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେଇପାରିବେ ନାହିଁ। ଏହାପରେ ୫୦-୫୦ ହଜାର ଟଙ୍କାର କ୍ଷତିପୂରଣ ଉପରେ ସହମତି ବନିଥିଲା।