ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ, ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ । ରାଜ୍ୟରେ ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା । ବନ୍ୟା ଓ ଭୂସ୍ଖଳନ ଯୋଗୁ ବିଭିନ୍ନ ସ୍ଥାନରେ ଫସିଛନ୍ତି ଶତାଧିକ ଯାତ୍ରୀ । ନଦୀରେ ଅଚାନକ ବନ୍ୟା ଆସି ଧୋଇଯାଇଛି ରାସ୍ତା, ପୋଲ । ଭାସି ଯାଇଛି ଘରଦ୍ୱାର । ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି ନୈନିତାଲ ସହର । ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ଶତାଧିକ ଯାତ୍ରୀ । NDRF ଓ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡରେ ୪୮ ଘଣ୍ଟାର ବର୍ଷାରେ ଭୟଙ୍କର ହୋଇଛି ସ୍ଥିତି । ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି ଆକାଶ ମାର୍ଗୀରୁ କ୍ଷୟକ୍ଷତିର ଅନୁଧ୍ୟାନ କରି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରାଯାଇଛି ।

ଅନ୍ୟ ପକ୍ଷରେ ଭୂସ୍ଖଳନ ଯୋଗୁଁ ନୈନିତାଲ ସହରର, ରାଜ୍ୟର ଅନ୍ୟ ସ୍ଥାନ ସହ ସମ୍ପର୍କ ଛିନ୍ନ ହୋଇଛି । ବହୁ ପର୍ଯ୍ୟଟକ ଓ ଯାତ୍ରୀ ସେଠାରେ ଅଟକି ରହିଛନ୍ତି । ସହରକୁ ସଂଯୋଗ କରୁଥିବା ତିନିଟି ରାଜପଥ ଅବରୋଧ ହୋଇରହିଛି । ଯେଉଁମାନେ ରାସ୍ତାରେ ଅଟକି ଯାଇଛନ୍ତି ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ଉଦ୍ୟମ ହେଉଛି । ପ୍ରବଳ ବର୍ଷା ଯୋଗୁଁ ଅଘଟଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେଥିରେ ୩ ଜଣ ନେପାଳ ନାଗରିକ ଅଛନ୍ତି । ଚମୋଲି ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ନନ୍ଦକିନି ନଦୀ ଫୁଲୁଛି । ଏସ୍‌ଡିଆରଏଫ ଓ ପୋଲିସ ଛତି ଜଙ୍ଗଲରେ ଫସି ରହିଥିବା ୨୨ ଜଣଙ୍କୁ ଉଦ୍ଧାର କରିଛି ।

ଜଳସ୍ତର ବୃଦ୍ଧି ଯୋଗୁ ନାନକସାଗର ଡ୍ୟାମର ସବୁ ଗେଟ୍‌ ଖୋଲାଯାଇଛି । ବଦ୍ରିନାଥ ଜାତୀୟ ରାଜପଥ ନିକଟ ଲମ୍ବାଗଡ଼ ନାଲା ନିକଟରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ବୋର୍ଡର ରୋଡ୍‌ ଅର୍ଗାନାଇଜେସନ କର୍ମଚାରୀ। ପ୍ରବଳ ବର୍ଷାରେ କାରଟି ଭାସି ଯାଇଥିଲା। କାରର ଯାତ୍ରୀ ଥିଲେ ଏବଂ ଦୁଇଟି ପଥର ଭିଥରେ ଫଶିଯାଇଥିଲା ଗାଡ଼ି। BRO ତରଫରୁ କାର ଓ ସେଥିରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ବର୍ଷା ଓ ବନ୍ୟା ସ୍ଥିତି ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.