ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ୨୦୦ରୁ ଅଧିକ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଆଇଟିବିପି, ସେନା, ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ପକ୍ଷରୁ ତଲାସି କରାଯାଉଛି । ଚାମୋଲି ଜିଲ୍ଲାର ତପୋବନ ଟନେଲ୍‌ ମଧ୍ୟରେ ନିଳିତ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।

floodଉଦ୍ଧାରକାରୀ ଟିମ୍‌ ଟନେଲ୍‌ର ୧୦୦ ମିଟର ଭିତର ପର୍ଯ୍ୟନ୍ତ ଯାଇଛନ୍ତି । ହେଲେ ଆଗକୁ କାଦୁଅ ଥିବାରୁ ଯିବା ସମ୍ଭବ ହେଉନାହିଁ । ଟନେଲ୍‌ ଭିତରୁ ପଙ୍କ ଓ କାଦୁଅ ବାହାର କରାଯାଉଛି । ରେସ୍‌କ୍ୟୁ ଟିମ୍‌, ଜେସିବି, ଅକ୍ସିଜେନ୍‌ ସିଲିଣ୍ଡର ମହଜୁଦ ରଖାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ଵତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଟନେଲ୍‌ରେ ୫୦ ମିଟର ପର୍ଯ୍ୟନ୍ତ କାଦୁଅ ରହିଛି । ଏହା ପାର କରିବା ପରେ କୌଣସି ଭଲ ଖବର ମିଳିପାରେ । ଏନ୍‌ଟିପିସି ବିଶେଷଜ୍ଞ କହିଛନ୍ତି, ଟନେଲ୍‌ର ଏକ କିଲୋମିଟର ପର୍ଯ୍ୟନ୍ତ ରହିଛି । ଟନେଲ ଭିତରେ ଅନେକ ରାସ୍ତା ରହିଛି । ତେବେ ନିଖୋଜଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ବିହାର ଓ ଉତ୍ତର ପ୍ରଦେଶ ବାସିନ୍ଦା ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.