ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼, ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ଆମେରିକାରେ ପୁଣି ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ । ଭୟଙ୍କର ଟର୍ଣ୍ଣାଡୋରେ ସହର ଛାରଖାର। ଆମେରିକାର ବିଭିନ୍ନ ସହରରେ ଘୂର୍ଣ୍ଣିଝଡ଼ରେ ଏପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ୍ୟୁ ହେଲାଣି । ଏକାଧିକ ଆହତ ହୋଇଛନ୍ତି । ଆମେରିକାର ଦକ୍ଷିଣ ଓ ମଧ୍ୟପଶ୍ଚିମରେ ତାଣ୍ଡବ ରଚିଛି ଟର୍ଣ୍ଣାଡୋ । ୱାସିଂଟନ୍‌ ପୋଷ୍ଟର ରିପୋର୍ଟ ଅନୁସାରେ ୬ଟି ରାଜ୍ୟରେ ୬୦ରୁ ଅଧିକ ଟର୍ଣ୍ଣାଡୋ ସୃଷ୍ଟି ହୋଇଛି ।

ଶୁକ୍ରବାର ପରେ ପଛକୁ ପଛ ୬୦ଟି ଟର୍ଣ୍ଣାଡ଼ୋ। ଅର୍ଥାତ ଦୁଇ ଦିନ ଭିତରେ ଆମେରିକାକୁ ଘାଇଲା କରିଛି ୬୦ ଟର୍ଣ୍ଣାଡ଼ୋ। ଦକ୍ଷିଣ ଓ ମଧ୍ୟପଶ୍ଚିମ ଆମେରିକାର ଅନେକ ରାଜ୍ୟରେ ତାଣ୍ଡବ ରଚିଛି ଝଡ଼। ବିଶେଷ କରି ଆର୍କାନସସ୍‌, ଟେନିସି, ଇଲିନୋଇସ୍‌, ଇଣ୍ଡିଆନା, ଆଲବାମାଳ ମିସିସିପି ଭଳି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଲକ୍ଷଲକ୍ଷ ଲୋକଙ୍କ ଘରେ ବିଜୁଳି ନାହିଁ। ପ୍ରକୃତିର ଏଭଳି କରାଳ ରୂପ କେବେ ଦେଖିନଥିବା କହିଛନ୍ତି ଲୋକେ। ଆର୍କାନସସ୍‌ ମେୟର କହିଛନ୍ତି ଟର୍ଣ୍ଣାଡ଼ୋ ବେଳେ ଅନେକ ଲୋକ ଘରେ ନଥିଲେ । ଆର୍କନସସ୍‌ରେ ଘଣ୍ଟାପ୍ରତି ୧୬୫ ମାଇଲ ବେଗରେ ବହିଥିଲା ପବନ। ଆର୍କାନସସ୍‌ ଓ େଓ୍ଵନୀରେ ଅଧା ସହର ଧ୍ୱଂସ ହୋଇ ଯାଇଛି । ତେବେ ଝଡ଼ର ପୂର୍ବ ସୂଚନା ଅନେକ ଜୀବନ ରକ୍ଷା କରିଥିବା କହିଛି ପାଣିପାଗ ବିଭାଗ।