ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ: ୫୦ ଟପିଛି ମୃତ୍ୟୁ ସଂଖ୍ୟା, ୫ ଏବେ ବି ନିଖୋଜ

ଉତ୍ତରାଖଣ୍ଡ: ଦେବଭୂମି ଉପରେ ପ୍ରକୃତିର କୋପ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ୫୦ ଟପିଛି ମୃତ୍ୟୁ ସଂଖ୍ୟା। ୫ଜଣ ଏବେ ବି ନିଖୋଜ ଅଛନ୍ତି। ହିମାଳୟ ତଳଭାଗରେ ବର୍ଷା ବିପର୍ଯୟ କାରଣରୁ ଉତ୍ତରାଖଣ୍ଡ ସମେତ ଉତ୍ତର ବଙ୍ଗ ବୁଡିରହିଛି।

ଉତ୍ତରବଙ୍ଗରେ ୫ଜଣଙ୍କ ମୃତ୍ୟୁ ହୋଇଛି। ବିଚ୍ଛିନ୍ନ ହୋଇପଡିଥିବା ନୈନିତାଲ ସହ ଦୁଇଦିନ ପରେ ଯୋଗାଯୋଗ ସମ୍ଭବ ହୋଇଛି। ତିନି ଦିନ ମଧ୍ୟରେ ପ୍ରାୟ ୮ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ଏପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସ୍ଥିତି ଅନୁଧ୍ୟାନ ପାଇଁ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି। ହେଲିକପ୍ଟର ବୁଲି ସେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ। ଏପଟେ ସ୍ବାଭାବିକତା ଫେରିବା ପାଇଁ ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରିଲିଫ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୧୦ କୋଟି ଲେଖାଏଁ ରାଶି ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁର କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିଥିଲେ।

ତେବେ ସୂଚନା ଅନୁଯାୟୀ, ବିପର୍ଯ୍ୟୟ ବେଳେ ଉତ୍ତରାଖଣ୍ଡକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଡେରାଡୁନ ଯାଇ ସେଠାରେ ପରିସ୍ଥିତିର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଆଜିଠାରୁ ବର୍ଷା ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚଳିତ ସପ୍ତାହର ଅବଶିଷ୍ଟ ସମୟ ପାଗ ଭଲ ରହିବ। ଅନ୍ଯପଟେ  କେରଳରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଛି। ଏଥିରେ ୨୧୭ ଜଣଙ୍କ ଘର ଭାଙ୍ଗିଥିବା ଜଣାପଡିଛି। ଚଳିତମାସ ୧ ତାରିଖରୁ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୧୩୫ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ, ପଶ୍ଚିମବଙ୍ଗ ଏବଂ ସିକିମରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.