ଦେଶ ବିଦେଶ

ୟୁରୋପରେ ମାର୍ଚ୍ଚ ସୁଦ୍ଧା ମୃତ୍ୟୁସଂଖ୍ୟା ୨୨ ଲକ୍ଷ ଟପିବ : WHO

କେନ୍ଯୁଜ୍: ୟୁରୋପରେ ମାର୍ଚ୍ଚ ସୁଦ୍ଧା ମୃତ୍ୟୁସଂଖ୍ୟା ୨୨ ଲକ୍ଷ ଟପିବ । ଏଭଳି ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ୟୁରୋପରେ ମୃତ୍ୟୁର ମୁଖ୍ୟ କାରଣ ହୋଇଛି କରୋନା। ବର୍ତ୍ତମାନ ୟୁରୋପରେ ପ୍ରତିଦିନ ୪ ହଜାର ୨୦୦ ଲୋକଙ୍କ ମୃତ୍ୟୁ ହେଉଛି ।

ସ୍ଥିତି ଏଭଳି ହେବ ଯେ, ୟୁରୋପର ୨୫ ଦେଶରେ ହସ୍ପିଟାଲ ବେଡ ଉପରେ ଚାପ ପଡ଼ିବ । ୪୯ ଦେଶରେ ICU ଉପରେ ମଧ୍ୟ ଚାପ ବଢ଼ିବ । ୟୁରୋପରେ ଅବସ୍ଥା ଅତି ସାଘାଂତିକ ଅବସ୍ଥାରେ ଥିବା କହିଛି WHO। ବିଶ୍ୱର ଦୁଇ ତୃତୀୟାଂଶ ଦୈନିକ ମାମଲା ୟୁରୋପ ମହାଦେଶରୁ ଆସୁଛି ।

ସୂଚନା ଥାଉକି, ୟୁରୋପରେ ସଂକ୍ରମଣ ବଢ଼ି ଚାଲିଛି । ଭାଇରସ୍‌କୁ ଅଧିକ ସକ୍ରିୟ କରୁଛି ଥଣ୍ଡା ପାଗ । ବିଶ୍ୱର ଦୁଇ ତୃତୀୟାଂଶ ଦୈନିକ ମାମଲା ୟୁରୋପ ମହାଦେଶରୁ ଆସୁଛି । ଲକଡାଉନ୍‌ରେ ଥିବା ଅଷ୍ଟ୍ରିଆରେ ସବୁଠୁ ଖରାପ ସ୍ଥିତି । ଗତ ସପ୍ତାହରେ ହାରାହାରି ଦୈନିକ ସଂକ୍ରମଣ ଥିଲା ୧୪ ହଜାର । ପୂର୍ବ ସପ୍ତାହ ଠାରୁ ୨୮ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡସ୍‌ରେ ଗତ ସପ୍ତାହର ହାରାହାରି ଦୈନିକ ସଂକ୍ରମଣ ଥିଲା ୨୧ ହଜାର । ଯାହା ପୂର୍ବ ସପ୍ତହାହ ଠାରୁ ୫୬ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡ୍‌ସକୁ ଆଂଶିକ ଲକଡାଉନ୍‌ କରାଯାଇଛି । ଜର୍ମାନୀରେ ଭୟଙ୍କର ସ୍ଥିତି । କୋଭିଡ୍‌ କଟକଣାକୁ ଆହୁରି କଠୋର କରିବାକୁ କହିଛନ୍ତି ଚାନସେଲର ଅଞ୍ଜେଲା ମର୍କେଲ ।

ସେହିପରି ବେଲଜିୟମ ଓ ବ୍ରିଟେନ୍‌ରେ ମଧ୍ୟ ଭୟଙ୍କର ଭାବେ ବଢ଼ୁଛି ସଂକ୍ରମଣ । ଆମେରିକାରେ ଲକ୍ଷେମୁହାଁ ଦୈନିକ ସଂକ୍ରମଣ। ୩ ସପ୍ତାହ ଧରି ଦୈନିକ ସଂକ୍ରମଣ ୭୦ ରୁ ୭୫ ହଜାର ଭିତରେ ଥିଲା। ଗତ ସପ୍ତାହରେ ହଠାତ୍‌ ବଢ଼ି ଯାଇଛି । ଗତ ୭ ଦିନରେ ହାରାହାରି ଦୈନିକ ସଂକ୍ରମଣ ୯୨ ହଜାର ଉପରେ ରହିଛି । କୋଭିଡ୍‌ କଟକଣା କଠୋର ନହେଲେ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଆଉ ୫ ଲକ୍ଷ ଲୋକଙ୍କୁ ମାରିପାରେ କରୋନା । ଏଭଳି ସତର୍କବାଣୀ ଶୁଣାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Sonalisa

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

13 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

29 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

42 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

51 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

55 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago