ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିବା ଘଟଣାରେ ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ଯା। ଆଜି ଭିତରେ  ମୃତ୍ୟୁ ସଂଖ୍ୟା ବଢି ୩୩କୁ ବୃଦ୍ଧି ପାଇଛି । ୨୧ ତାରିଖରେ ମୁମ୍ବାଇ ଭିଓ୍ଵଣ୍ଡେ ପଟେଲ ଅଞ୍ଚଳରେ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିଥିଲା। ରାତି ପ୍ରାୟ ୩ଟା ୩୦ରେ ସମସ୍ତେ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ପୂର୍ବରୁ ବିଲ୍ଡିଂକୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା ।

ସୂଚନା ଥାଉକି, ବିଲ୍ଡିଂରେ ଆବଶ୍ୟକତା ଠାରୁ ଅଧିକ ଲୋକ ରହୁଥିଲେ । କହିବାକୁ ଗଲେ ୧୯୮୪ ମସିହାରେ ନିର୍ମାଣ ହୋଇଥିବା ଏହି ବିଲ୍ଡିରେ ପ୍ରାୟ ୨୧ଟି ପରିବାର ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.