ବିଶ୍ୱରେ ୫୦ ଲକ୍ଷ ଛୁଇଁଲା କରୋନା ମୃତ୍ୟୁ ସଂଖ୍ଯା, ସପ୍ତାହରେ ପ୍ରତିଦିନ ୮ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ(କେନ୍ଯୁଜ୍): ବିଶ୍ୱରେ ଘାତକ ସାଜିଛି କରୋନା । କରୋନା ମୃତ୍ୟୁ ୫୦ ଲକ୍ଷ ଛୁଇଁଛି । ପ୍ରଥମ ୨୫ ଲକ୍ଷ ମୃତ୍ୟୁ ପାଇଁ ୩୬୫ ଦିନ ଲାଗିଥିଲା । ପରବର୍ତ୍ତି ୨୫ ଲକ୍ଷ ମୃତ୍ୟୁ ପାଇଁ ଲାଗିଛି ମାତ୍ର ୨୩୬ ଦିନ।

୭ ଦିନର ହାରାହାରି ରିପୋର୍ଟରେ ବିଶ୍ୱର ମୃତ୍ୟୁ ସଂଖ୍ୟା ମଧ୍ୟରୁ ଅମେରିକା, ରୁଷିଆ, ବ୍ରାଜିଲ, ମେକ୍ସିକୋ ଓ ଭାରତରେ ଅଧାରୁ ଅଧିକ । ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ୮ ହଜାର ଜଣଙ୍କ ମଣ୍ଡ ନେଉଛି କିଲର ଭାଇରସ ।

ପ୍ରତି ମିନିଟରେ ୫ ଜଣଙ୍କ ଜବୀନ ଯାଉଛି । ଡେଲଟା ଭାଇରସ ଦେଖାଦେବା ପରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିଶ୍ୱରେ ଏବେ ବି ଅଧା ଲୋକସଂଖ୍ୟା ଟିକା ନେବା ଅପେକ୍ଷାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.