ମହାରାଷ୍ଟ୍ର ସଂକଟ: ସବୁ ପକ୍ଷକୁ ସୁପ୍ରିମ୍‌ ନୋଟିସ୍‌, ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏବେ ନିଷ୍ପତ୍ତି ହେବ ନାହିଁ

କେନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟରେ ମୋଡ଼ ବଦଳିଲା ମହାରାଷ୍ଟ୍ରରେ ଜାରି ରାଜନୈତିକ ଯୁଦ୍ଧ। ମହାରାଷ୍ଟ୍ର ଉପବାଚସ୍ପତିଙ୍କ ୧୬ ବିଧାୟକଙ୍କୁ ନୋଟିସ ମାମଲାର ଶୁଣାଣି କରି ସବୁ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ସବୁ ପକ୍ଷକୁ ୫ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏବେ ନିଷ୍ପତ୍ତି ହେବ ନାହିଁ। ଏହା ସହ ମହାରାଷ୍ଟ୍ର ବିଧାନସଭାର ଉପ ବାଚସ୍ପତି ନରହରି ଜିରୱାରଙ୍କ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାରେ ନିଷ୍ପତ୍ତି ନେବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ବିଦ୍ରୋହୀ ବିଧାୟକଙ୍କୁ ୩ ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ରହିଛି। ଉପ ବାଚସ୍ପତି, ମହାରାଷ୍ଟ୍ର ସରକାର ଓ ଶିବସେନା ବିଧାୟକ ଦଳ ନେତା ଅଜୟ ଚୌଧୁରୀଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ। କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ପୋଲିସକୁ ମଧ୍ୟ ନୋଟିସ ଜାରି ହୋଇଛି। ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.