ଫିଫା ବିଶ୍ୱକପ୍‌ ୨୦୨୨ ଟ୍ରଫି ଉନ୍ମୋଚନ ପାଇଁ କାହିଁକି ମନୋନୀତ ହେଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ; ଭାରତକୁ କଲେ ଗର୍ବିତ

ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ଫିଫା ବିଶ୍ୱକପ ୨୦୨୨ର ଫାଇନାଲ ମ୍ୟାଚ୍‌ ଗତକାଲି ୧୮ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା, ଯାହାକି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ରୋମାଞ୍ଚକ ଫୁଟବଲ ଫାଇନାଲ ମ୍ୟାଚ୍‌ ଭାବରେ ଜଣାଯାଇଥିଲା। ବିଶ୍ୱକପ ଫାଇନାଲର ଆଉ ଏକ ଆକର୍ଷଣ ଥିଲା ଷ୍ଟାର ଗୋଲ୍ଡ ଟ୍ରଫି, ଯାହାକୁ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ଜିତିଥିଲା।

କତାରରେ ହୋଇଥିବା ଫିଫା ବିଶ୍ୱକପ ୨୦୨୨ ବିଷୟରେ ଆଉ ଏକ ଐତିହାସିକ କଥା ହେଉଛି, ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ପୂର୍ବରୁ ଚମତ୍କାର ଟ୍ରଫି ଲଞ୍ଚ୍‌ କରିଥିଲେ।

ଏଥିସହିତ ଭାରତକୁ ଗର୍ବିତ କରିବାକୁ ଯାଇ ପଠାନ ଅଭିନେତ୍ରୀ ଫିଫା ଇତିହାସରେ ଏମିତି କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ଭାରତର ସବୁଠାରୁ ବଡ଼ ଗ୍ଲୋବାଲ ଆମ୍ବାସାଡାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା ପାଦୁକୋନ୍, ଯିଏକି ଫିଫା କିମ୍ବଦନ୍ତୀ ତଥା ସ୍ପେନର ପୂର୍ବତନ ଫୁଟବଲର୍ ଇକର କାସିଲସ୍ ଫର୍ଣ୍ଣାଡିଜ୍‌ଙ୍କ ସହ ଲୁଇସ୍‌ ଭୁଇଟନ ଟ୍ରଙ୍କରୁ ଟ୍ରଫି ଉନ୍ମୋଚନ କରିଥିଲେ।

ଦୀପିକା ପାଦୁକୋନ FIFA WC 2022 ଟ୍ରଫିକୁ କାହିଁକି କଲେ ଲଞ୍ଚ୍‌?

ଖବର ମୁତାବକ, ପଠାନ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ କତାରରେ ଫିଫା ବିଶ୍ୱକପ୍‌ ୨୦୨୨ ଟ୍ରଫିକୁ ରିଭିଲ୍‌ କରିବା ପାଇଁ ଚୟନ କରାଯାଇଥିଲା। କାରଣ, ସେ ଚଳିତ ବର୍ଷ ମେ’ରେ ଲଗ୍‌ଜୁରୀ କ୍ଲଦିଙ୍ଗ୍‌ ଏବଂ ଆକ୍ସେସରୀଜ୍‌ ବ୍ରାଣ୍ଡ ଲୁଇ ଭୁଇଟନର ଗ୍ଲୋବାଲ ଆମ୍ବାସାଡାର ଅଛନ୍ତି। ଲୁଇ ଭୁଇଟନ ୨୦୧୦ ମସିହାରୁ ଫିଫା ବିଶ୍ୱକପର ପାର୍ଟନର ରହିଆସିଛି। ଗତ ଦଶ ଦଶନ୍ଧି ଧରି ଫୁଟବଲ ବିଶ୍ୱକପକୁ ସମର୍ଥନ କରିଥିବାରୁ ଏହାର ଗ୍ଲୋବାଲ ଆମ୍ବାସାଡାର ଦୀପିକା ପାଦୁକୋନଙ୍କୁ ୧୮ ଡିସେମ୍ବରରେ ଆର୍ଜେଣ୍ଟିନା ବନାମ ଫ୍ରାନ୍ସ ଫାଇନାଲ ପୂର୍ବରୁ ଟ୍ରଫି ଲଞ୍ଚ୍‌ କରିବା ପାଇଁ ଚୟନ କରାଯାଇଥିଲା।

 

View this post on Instagram

 

A post shared by Instant Bollywood (@instantbollywood)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.