ପାକିସ୍ତାନ ପୂରା ଦେବାଳିଆ ହୋଇ ସାରିଛି, ଏକଥା କହିଲେ ଖୋଦ୍‌ ଦେଶର ପ୍ରତିରକ୍ଷା ମନ୍ତ୍ରୀ

ଏଭଳି ସ୍ଥିତିରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ କହିଛନ୍ତି ଯେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଦେବାଳିଆ ହୋଇ ସାରିଛି । ଆମେ ଏକ କାଙ୍ଗାଳ ଦେଶରେ ରହୁଛୁ ।

ନୂଆଦିଲ୍ଲୀ : ପୂରା ଅର୍ଥନୀତି ଭୁଶୁଡ଼ି ପଡ଼ିଛି । ଲୋକେ ଖାଇବାକୁ ପାଉ ନାହାନ୍ତି । କାରଣ ସବୁ ସାମଗ୍ରୀର ଦାମ୍‌ ସୀମା ଟପି ଯାଇଛି । ତେଲ ଦାମ ସାଙ୍ଗକୁ ଅତ୍ୟାବଶ୍ୟକ ଅଟାର ମୂଲ୍ୟ ଆକାଶଛୁଆଁଠୁ ଆହୁରି ଅଧିକ ହୋଇଛି । ତେଣୁ ସାଧାରଣ ଲୋକେ ନିତିଦିନିଆ ଖାଦ୍ୟ ବି ଯୋଗାଡ଼ କରିବାକୁ ସମର୍ଥ ହେଉନାହାନ୍ତି । ଏଭଳି ସ୍ଥିତିରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ କହିଛନ୍ତି ଯେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଦେବାଳିଆ ହୋଇ ସାରିଛି । ଆମେ ଏକ କାଙ୍ଗାଳ ଦେଶରେ ରହୁଛୁ ।
ପାକିସ୍ତାନର ସିଆଲକୋଟ ଠାରେ ଏକ ବେସରକାରୀ କଲେଜର ଉତ୍ୱରେ ଯୋଗ ଦେଇ ଆସିଫ କହିଛନ୍ତି ଯେ ଦେଶର ଏ ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ହିଁ ଦାୟୀ । ଇମ୍ରାନ୍‌ଙ୍କ ଯୋଗୁଁ ଦେଶ ଏବେ ଦେବାଳିଆ ହୋଇଥିବା ବେଳେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଛି । ଇମ୍ରାନ୍‌ ଏଭଳି ଖେଳ ଖେଳିଛନ୍ତି ଯେ ଏବେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଆତଙ୍କବାଦୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.