ଲେହ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସମୀକ୍ଷା କରୁଛନ୍ତି ସୁରକ୍ଷା ସ୍ଥିତି

ଭାରତ- ଚୀନ ବର୍ଡ଼ର ସ୍ଥାନ ଲେହରେ ପହଂଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେଠାରେ ପହଂଚି ଲେହର ସୁରକ୍ଷା ବ୍ୟବସ୍ଥା ଗୁଡିକର ସମୀକ୍ଷା କରୁଛନ୍ତି । ଏହା ସହ LACରେ ମୁତୟନ ହୋଇଥିବା ସେନାଙ୍କ ସହ ସାକ୍ଷାତ କରିବା ନେଇ ମଧ୍ୟ ଯୋଜନା ରହିଛି । ଆଜି ୧୧.୩୦ ସମୟରେ ଜମ୍ମୁକଶ୍ମୀର ଗସ୍ତରେ ରାଜନାଥ ଯିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଦୁଇ ଦିନିଆ ଜମ୍ମୁକଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ଗ୍ରାଉଣ୍ଡ ଅଞ୍ଚଳରେ ମୁତୟନ ଥିବା ସେନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଗସ୍ତ ସମୟରେ ରାଜନାଥଙ୍କ ସହ ଉପସ୍ଥିତ ରହିବେ ସ୍ଥଳସେନା ମୁଖ୍ୟ ଜେନେରାଲ୍‌ ଏମ୍‌. ଏମ୍‌. ନର୍ବାଣେ । ଇଷ୍ଟର୍ଣ୍ଣ ଲଦାଖ ବା ପୂର୍ବ ଲଦାଖରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ସହ ରାଜନାଥ ସିଂହ “ଅଟ୍ଟଳ ଟନେଲ୍”‌ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

rajanath

ଜୁନ୍‌ ୧୫ରେ ଗଲଓ୍ଵାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମ ଥର ଲଦାଖ ଗସ୍ତରେ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଗତ ଜୁଲାଇ ୩ରେ ଲେହ ଯାଇ ଗ୍ରାଉଣ୍ଡ ଏରିଆ ମାନଙ୍କର ସ୍ଥିତି ପରଖିବା ସହ ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଇଷ୍ଟର୍ଣ୍ଣ ଲଦାଖର ବିବାଦୀୟ ସ୍ଥାନରୁ ଚୀନ ସୈନ୍ୟ ପଛଘୁଞ୍ଚା ଦେଇଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ବି ହୋଇଛି । ଦୁଇ ଦିନ ତଳେ ହିଁ ଦୁଇ ପକ୍ଷର ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ୧୪ ଘଣ୍ଟା ଧରି ବୈଠକ ଅନୁଷ୍ଠିତ ହୋଇଥିଲା । ଚୀନ ଓ ଭାରତ ମଧ୍ୟରେ ଜାରି ରହିଥିବା ସଂଘର୍ଷପୂର୍ଣ୍ଣ ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ବିଶେଷ ଭୂମିକା ରଖୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.