ପହଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଜନାଥ ସିଂଙ୍କ ବୈଠକ, ସ୍ଥିତି ବିଷୟରେ ଅପଡେଟ୍ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ମୋଦି-ରାଜନାଥ ମଧ୍ୟରେ ବଡ଼ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ । ସୁରକ୍ଷା ପ୍ରସ୍ତୁତି ନେଇ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ୪୦ ମିନିଟ୍ ଧରି ଆଲୋଚନା ହେଲା । ଏଯାବତ୍ ଏହାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।
ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ସିଡିଏସ ଜେନେରାଲ ଅନୀଲ ଚୌହ୍ବାନ ଉପସ୍ଥିତ ଥିଲେ । ଗତକାଲି ମଧ୍ୟ ରାଜନାଥ ସିଂଙ୍କୁ ଭେଟିଥିଲେ ସିଡିଏସ୍ ଜେନେରାଲ ଅନୀଲ ଚୌହ୍ବାନ । ଏପଟେ ଚାଲିଛି ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକ । ଗତ ୨୨ ତାରିଖରେ ପହଲଗାମରେ ଆତଙ୍କୀ ହମଲାରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଜମ୍ମୁ-କାଶ୍ମୀରରେ ଚାଲିଥିବା ଅପରେସନ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶ୍ବାସନା ପ୍ରଦାନ କରିଛନ୍ତି । ଆକ୍ରମଣକାରୀଙ୍କୁ କଠୋର ଜବାବ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଆମ ଲଢ଼େଇରେ ୧୪୦ କୋଟି ଭାରତୀୟ ସାମିଲ ଅଛନ୍ତି ବୋଲି ଆଶ୍ବସନା ଦେଇଛନ୍ତି । ପୁଣି ଥରେ ପ୍ରଭାବିତ ପରିବାରକୁ ଆଶ୍ୱାସନା ଦେବାକୁ ଯାଇ ସେ କହିଛନ୍ତି ଯେ ସେମାନେ ନ୍ୟାୟ ପାଇବେ, ଏବଂ ନ୍ୟାୟ ମିଳିବ ।
Also Read : ପହଲଗାମ ଆକ୍ରମଣକୁ ଜାମ୍ମୁ-କାଶ୍ମୀର ବିଧାନସଭାର ନିନ୍ଦା, ମୃତକଙ୍କ ପାଇଁ କରାଗଲା ନୀରବ ପ୍ରାର୍ଥନା