ସେନାର ଲାଇଭ କଭରେଜକୁ ମନା, ମିଡିଆ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ବର୍ତ୍ତମାନର ସ୍ଥିତିକୁ ନେଇ ଲାଇଭ୍ କଭରେଜଠାରୁ ଦୂରରେ ରହିବାକୁ କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଗୁରୁବାର ମନ୍ତ୍ରଣାଳୟ ଦେଶର ପ୍ରତ୍ୟେକ ମିଡିଆ ଆଉଟଲେଟ୍, ଡିଜିଟାଲ ପ୍ଲାଟଫର୍ମ ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ଆଡଭାଇଜରି ଜାରି କରିଛନ୍ତି ।

ଲାଇଭ କଭରେଜ ଠାରୁ ଆରମ୍ଭ କରି ଡିଫେନ୍ସ ଅପରେସନର ରିୟଲ ଟାଇମ ରିପୋଟିଂ, ଟ୍ରୁପ୍ ମୁଭମେଣ୍ଟକୁ କ୍ୟାମେରାରେ କଏଦ ନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରିଛନ୍ତି । ଏହାସହିତ ସେନାର ଫଟୋ, ଭିଡିଓ ଅପଲୋଡ କରିବାକୁ ମନା କରିଛି ମନ୍ତ୍ରଣାଳୟ ।

ପୂର୍ବରୁ ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମକୁ ଜାତୀୟ ସୁରକ୍ଷା ନେଇ କିଛି ବି ଦେଖାଇବାକୁ ମନା କରିଥିଲା ମନ୍ତ୍ରଣାଳୟ । ଲାଇଭ ଷ୍ଟ୍ରିମିଂ ଯୋଗୁଁ ଭାରତର ବଡ଼ କ୍ଷତି ହୋଇପାରେ ।  ପୂର୍ବରୁ ହୋଇଥିବା କାର୍ଗିଲ ଯୁଦ୍ଧ, ୨୬/୧୧ ଆକ୍ରମଣ, କାନ୍ଦାହାର ହାଇଜ୍ୟାକ୍ ଭଳି ଘଟଣାରେ ଭାରତର ବଡ଼ କ୍ଷତି ହେବାର ମୁଖ୍ୟ କାରଣ ହେଉଛି ଲାଇଭ୍ ଷ୍ଟିମିଂ ।

Also Read : ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, CDSଙ୍କ ସହ ୨ ଘଣ୍ଟା କଲେ ଆଲୋଚନା