ଭାରତୀୟ ବାୟୁସେନାକୁ ମିଳିବ ୧୨ ସୁପର ସୁଖୋଇ, ୧୩,୫୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ

ଭାରତୀୟ ବାୟୁସେନାର ଶକ୍ତି ଏବେ ବଢ଼ିବାକୁ ଯାଉଛି । ଏୟାରଫୋର୍ସକୁ ମିଳିବ ୧୨ ସୁପର ସୁଖୋଇ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସହିତ ୧୩,୫୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି ।

ଏହି ୧୨ Su-30MKIକୁ ସ୍ୱଦେଶୀ ଜ୍ଞାନକୌଶଳ ସହିତ ଉନ୍ନତ କରାଯିବ । ଅର୍ଥାତ୍ ଏଥିରେ ଭୟଙ୍କର ଷ୍ଟେଲଥ୍ ଟେକ୍ନୋଲୋଜି, AESA ରାଡାର, ମିଶନ୍ କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସୁଟ୍, କକପିଟ୍ ଲେଆଉଟ୍ ଏବଂ ଅସ୍ତ୍ର ସିଷ୍ଟମ୍ ପରିବର୍ତ୍ତନ ହେବାକୁ ଯାଉଛି ।

ଏହି ଯୁଦ୍ଧ ବିମାନରେ ୬୨ ପ୍ରତିଶତ ଉପାଦାନ ସ୍ୱଦେଶୀ ହେବ, ଯେଉଁ କାରଣରୁ ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ମିଳିବ । HALର ନାସିକ ପ୍ଲାଣ୍ଟ ଏହି କାମ କରିବ । ବାୟୁସେନାର ୮୪ଟି Su-30MKIକୁ ସୁପର ସୁଖୋଇରେ ପରିଣତ କରିବା ପାଇଁ ଏହା ହେଉଛି ପ୍ରଥମ ପର୍ଯ୍ୟାୟ । ଫାଇଟର୍ ଜେଟଗୁଡ଼ିକୁ ସମ୍ପୂର୍ଣ୍ଣ ନୂତନ ଯୁଦ୍ଧ ମାହୋଲ ପାଇଁ ପ୍ରସ୍ତୁତ କରାଯିବ ।

କେବଳ ଏତିକି ନୁହେଁ, ଏଥିରେ ଏମିତି ଏକ ପରିବର୍ତ୍ତନ କରାଯିବ, ଯାହା ଦ୍ୱାରା ଯୁଦ୍ଧ ବିମାନଗୁଡ଼ିକ ବିଶ୍ୱର ଯେକୌଣସି ଲଢ଼ୁଆ ବିମାନକୁ ଟକ୍କର ଦେଇପାରିବ । କୌଣସି ବି ଯୁଦ୍ଧରେ ମାନବ ଏବଂ ଅଣ-ମାନବ ଅସ୍ତ୍ରର ମିଶ୍ରଣ ହେଉଛି ଆଜିକା ସମୟର ଡିମାଣ୍ଡ । ତେଣୁ ଏହା ମଧ୍ୟ ଯୋଜନା ରହିଛି କି, ୮୪ଟି Su-30MKIକୁ ମାନବ-ଅଣମାନବ ଟିମିଙ୍ଗ୍ (MUM-T) ଟେକ୍ନୋଲୋଜି ସହିତ ସଜ୍ଜିତ କରାଯିବ ।

ଏହି ଯୁଦ୍ଧ ବିମାନ ସହିତ ଆକ୍ରମଣକାରୀ ସିସିଟିଭି ଡ୍ରୋନ୍ ମଧ୍ୟ ଉଡ଼ାଣ ଭରିପାରିବ । ଡ୍ରୋନଗୁଡ଼ିକୁ ଏହି ଫାଇଟର୍ ଜେଟରୁ କଣ୍ଟ୍ରୋଲ କରାଯିବ । ଯୁଦ୍ଧ ବିମାନରେ ଆଧୁନିକ ସ୍ୱୟଂଶାସିତ ଡ୍ରୋନ୍ କିମ୍ବା ଲୟାଲ୍ ୱିଙ୍ଗମ୍ୟାନ୍ UCAV ଯୋଡ଼ାଯିବ । ଏହାଦ୍ୱାରା ସୀମା ଉପରେ ନଜର ରଖିବା ସହଜ କରିବ ଏବଂ ଯଦି ଆବଶ୍ୟକ ହୁଏ, ତା’ ହେଲେ ଆକ୍ରମଣ କରିବାର ଶକ୍ତି ମଧ୍ୟ ବୃଦ୍ଧି କରାଯିବ ।