ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରଲ, ନିଲମ୍ବିତ ଜେଲ ସୁପରିଟେଣ୍ଡେଣ୍ଟଙ୍କ ସହିତ କଥାବାର୍ତ୍ତା ହେଉଥିବାର ଆସିଲେ ନଜର

ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ ପୁଣି ଏକ ନୂଆ ଭିଡିଓ ଭାଇରଲ ହୋଇଛି। ଏହି ଭିଡିଓରେ ସତ୍ୟେନ୍ଦ୍ର ଜୈନ ନିଲମ୍ବିତ ଜେଲ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ସହିତ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ ଦୁହେଁ ଜେଲ ଭିତରେ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି। ଅଜିତ କୁମାର ଜେଜଲରେ ସତ୍ୟେନ୍ଦ୍ର ଜୈନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଅନ୍ତି ବୋଲି ଇଡି ଅଭିଯୋଗ କରିଥିଲା। ତା ’ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇ ଜେଲ ସୁପରିଟେଣ୍ଡେଣ୍ଟ ପଦବୀରୁ ନିଲମ୍ବନ କରାଯାଇଥିଲା।
ଏହି ଭିଡିଓଟି ୧୨ ସେପ୍ଟେମ୍ବରର ବୋଲି ଜଣାପଡିଛି। ଏହା ପୂର୍ବରୁ ଜେଲରୁ ସତ୍ୟେନ୍ଦ୍ର ଜୈନଙ୍କ ଦୁଇଟି ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ପ୍ରଥମ ଭିଡିଓରେ ଆପ୍ ମନ୍ତ୍ରୀଙ୍କ ମସାଜ କରାଯାଉଥିବା ବେଳେ ଦ୍ୱିତୀୟ ଭିଡିଓରେ ମନ୍ତ୍ରୀଙ୍କୁ ଜେଲରେ ହୋଟେଲ ଖାଦ୍ୟ ସହିତ ଫଳ ଏବଂ ଡ୍ରାଏ ଫ୍ରୁଟ୍ସ ଖାଉଥିବାର ନଜର ଆସିଥିଲେ। ଏହି ଭିଡିଓ ଭାଇରଲ ହେବା ପରେ ବିଜେପି ଏବଂ କଂଗ୍ରେସ ଆପ୍ ଉପରେ ଚାପ ପକାଇଥିଲେ। ତେବେ ଏହାକୁ ନେଇ ଆପ୍ କହିଥିଲା, ସତ୍ୟେନ୍ଦ୍ର ଜୈନ ରୋଗାଗ୍ରସ୍ତ ଯୋଗୁଁ ଫିଜିଓଥେରାପି କରାଯାଉଥିଲା । ତେବେ ଏହି ଭିଡିଓକୁ ଯାଞ୍ଚ କରିବା ପରେ ଜଣାପଡିଥିଲା, ଯେଉଁ ବ୍ୟକ୍ତି ମସାଜ କରୁଥିଲେ ସେ କୌଣସି ଫିଜିଓଥେରାପିଷ୍ଟ ନୁହନ୍ତି, ବରଂ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଜଣେ କଏଦୀ।
#WATCH | Latest CCTV footage sourced from Tihar jail sources show Delhi Minister Satyendar Jain getting proper food in the jail.
Tihar Jail sources said that Satyendar Jain has gained 8 kg of weight while being in jail, contrary to his lawyer’s claims of him having lost 28 kgs. pic.twitter.com/cGEioHh5NM
— ANI (@ANI) November 23, 2022
ତେବେ ଏହାକୁ ନେଇ ବିଜେପି ସାସଂଦ ପରବେଶ ଶର୍ମା କହିଛନ୍ତି, ମନ୍ତ୍ରୀ ଜଣକ ନିଜ ମନ୍ତ୍ରୀପଦର ଫାଇଦା ଉଠାଉଛନ୍ତି। ଯାହାର ଦୁରୁପୋଯୋଗ କରୁଛନ୍ତି। ସତ୍ୟେନ୍ଦ୍ର ଜୈନ କାଳେ କେଜ୍ରିଓ୍ଵାଲଙ୍କ ଗୁମର ଖୋଲିଦେବେ, ତେଣୁ ପାପ ଲୁଚାଇବା ପାଇଁ କେଜ୍ରିଓ୍ଵାଲ ତାଙ୍କୁ ସବୁ ସୁବିଧା ଯୋଗାଉଛନ୍ତି।
#WATCH | More CCTV visuals of jailed Delhi Minister and AAP leader Satyendar Jain in Tihar jail come out: Sources pic.twitter.com/4c6YdJ2bAL
— ANI (@ANI) November 26, 2022
ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ବାହାରୁ ମଗାଯାଇଥିବା ବିଭିନ୍ନ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ତାଙ୍କ ବେଡରେ ତିନିଟି ଅଲଗା ଅଲଗା ଡବା ଦେଖିବାକୁ ମିଳିଛି। ଯେଉଁଥିରେ ବିଭିନ୍ନ ପ୍ରକାରର ଖାଦ୍ୟ ରହିଛି। ଏହାସହିତ ବିଭିନ୍ନ ଫଳ ଓ ଡ୍ରାଏ ଫୁଟସ୍ ବି ଖାଉଛନ୍ତି । ଏସବୁକୁ ଜେଲ୍ ଭିତରେ ବେଶ୍ ଆରମରେ ତାଙ୍କ ପାଖରେ ପହଞ୍ଚା ଯାଉଛି। ତିହାର ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ସତ୍ୟେନ୍ଦ୍ର ଜୈନଙ୍କ ଓଜନ ୮ କିଲୋ ଓଜନ ବଢିଯାଇଛି। କିନ୍ତୁ ପୂର୍ବରୁ ମାଲିସ୍ ଭିଡିଓ ଭାଇରଲ୍ ହେବା ପରେ ଜେଲରେ ସତ୍ୟେନ୍ଦ୍ରଙ୍କ ଓଜନ ୨୮ କିଲୋ କମି ଯାଇଛି ବୋଲି ତାଙ୍କ ଓକିଲ କହିଥିଲେ । ସେହିପରି ଦିଲ୍ଲୀ ନଗର ନିଗମ ନିର୍ବାଚନ ପୂର୍ବରୁ ଆପ୍ ମନ୍ତ୍ରୀଙ୍କ ଏପରି ଭାଇରଲ ଭିଡିଓ ଆପ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।
ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଜେଲରେ କିପରି ଜଣେ ମନ୍ତ୍ରୀ ଏହିସବ ସୁବିଧା ପାଉଛନ୍ତି। କେମିତି ହୋଟେଲ ଖାଦ୍ୟ ଖାଉଛନ୍ତି ? ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।