ଦିଲ୍ଲୀ : ୧୧ ଦିନ ପରେ ଆନ୍ଦୋଳନରୁ ଓହରିଲେ । ଆନ୍ଦୋଳନରୁ ଓହରିବାକୁ ଅପିଲ କରିଥିଲେ ସୁପ୍ରିମକୋର୍ଟ । ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ ଦାବିରେ ଆନ୍ଦୋଳନ କରୁଥିଲେ । ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନରୁ ଓହରିଛନ୍ତି ଦିଲ୍ଲୀ ଏମ୍ସ ରେସିଡେଣ୍ଟ ଡାକ୍ତର ।ଆଜି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଛି । ସିବିଆଇ ଏହି ମାମଲାର ତଦନ୍ତ କରୁଥିବା ବେଳେ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରିଛି । ଏହାପୂର୍ବରୁ ଅଗଷ୍ଟ ୨୦ରେ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରିଥିଲେ ।
ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ପୀଠ ଆଜି ମାମଲାର ଲାଇଭ୍ ଶୁଣାଣି କରିଛନ୍ତି । ଡାକ୍ତରମାନଙ୍କୁ କାମକୁ ଫେରିବାକୁ ପଡ଼ିବ । ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଆମେ ବୁଝିପାରୁଛୁ ଯେ ଆପଣ ଦୁଃଖୀ, କିନ୍ତୁ ଆପଣଙ୍କୁ କାମକୁ ଫେରିବାକୁ ପଡ଼ିବ ବୋଲି ପୀଠ କହିଛନ୍ତି । ପ୍ରକୃତରେ, ଡାକ୍ତରମାନେ କୋର୍ଟଙ୍କୁ କହିଥିଲେ କି, ପ୍ରତିବାଦରେ ସାମିଲ ହେବା କାରଣରୁ ସେମାନଙ୍କୁ ପ୍ରତାଡ଼ିତ କରାଯାଉଛି ।
କୋର୍ଟ ମଧ୍ୟ କହିଛନ୍ତି, ପୋଲିସ୍ ଡାଏରୀ ଏବଂ ବ୍ୟବଚ୍ଛେଦ ସମୟ ମଧ୍ୟରେ ପାର୍ଥକ୍ୟ ରହିଛି । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ଉପରେ କୋର୍ଟ ପ୍ରଶ୍ନ ଉଠାଇଥିଲେ । ଏହାସହ ବ୍ୟବଚ୍ଛେଦକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ।