ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତା, ଏୟାର କ୍ବାଲିଟି ଇଣ୍ଡେକ୍ସ ୨୦୦ ଟପିଲା

ଦିଲ୍ଲୀ ପାଇଁ ବଢ଼ିଲା ବାୟୁ ପ୍ରଦୂଷଣ ଚିନ୍ତା। ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ। ପଂଜାବ ଚାଷୀ ନଡ଼ା ଜାଳିବା ସହ ବାୟୁ ପ୍ରଦୂଷଣ ଆରମ୍ଭ ହୋଇଛି। ଏ ବର୍ଷ ଫସଲ ଅମଳ ପରେ ନଡ଼ା ଜାଳିବା ଆରମ୍ଭ କରିଛନ୍ତି ପଂଜାବ ଚାଷୀ।

ଦିଲ୍ଲୀ ପାଇଁ ବଢ଼ିଲା ବାୟୁ ପ୍ରଦୂଷଣ ଚିନ୍ତା। ଶୀତ ଆରମ୍ଭ ନହେଉଣୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ। ପଂଜାବ ଚାଷୀ ନଡ଼ା ଜାଳିବା ସହ ବାୟୁ ପ୍ରଦୂଷଣ ଆରମ୍ଭ ହୋଇଛି। ଏ ବର୍ଷ ଫସଲ ଅମଳ ପରେ ନଡ଼ା ଜାଳିବା ଆରମ୍ଭ କରିଛନ୍ତି ପଂଜାବ ଚାଷୀ। ଯାହାର ଧୂଆଁ ଦିଲ୍ଲୀ ବାୟୁକୁ ପ୍ରଦୂଷିତ କରିବା ଆରମ୍ଭ କରିଛି।

ଦିଲ୍ଲୀରେ ପ୍ରଦୂଷଣ ପାଇଁ ୦୨୧ରେ ପଞ୍ଜାବ ସରକାରଙ୍କୁ ଦାୟୀ କରିଥିଲା ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର। ଏବେ ପଞ୍ଜାବରେ ମଧ୍ୟ ଆମ ଆଦମୀ ପାର୍ଟି ସରକାର। ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଥିଲେ ଚାଷୀଙ୍କ ସହ କଥାବାର୍ତ୍ତା କରି ନଡ଼ା ଜାଳିବା ବନ୍ଦ କରିଦେବେ।

ନଡ଼ା ନଜାଳିବାକୁ ଅନେକ ପଞ୍ଚାୟତରେ ଚାଷୀ ପ୍ରସ୍ତାବ ଗୃହୀତ କରିଥିଲେ ବୋଲି ଭଗୱନ୍ତ ମାନ ଦାବି କରିଥିଲେ। କିନ୍ତୁ ଫଳାଫଳ କିଛି ନଥିବା ଭଳି ଜଣାପଡ଼ୁଛି। ଦିଲ୍ଲୀରେ ଆଜି ଏୟାର କ୍ବାଲିଟି ଇଣ୍ଡେକ୍ସ ୨୦୦ ଟପିଛି।