ନୂଆଦିଲ୍ଲୀ : ଦିଲ୍ଲୀ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଟର୍ବୁଲାନ୍ସ ଯୋଗୁଁ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଡକାଯାଇ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହା ବିଷୟରେ ଏୟାର ଇଣ୍ଡିଆ ସୂଚନା ଦେଇଛି ।
ଏୟାର ଇଣ୍ଡିଆ କହିବା ମୁତାବକ, ଅଗଷ୍ଟ ୪ରେ ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ AI 2379 ଉଡ଼ାଣ ଭରିବାର କିଛି ସମୟ ପରେ ଟର୍ବୁଲାନ୍ସର ଶିକାର ହୋଇଥିଲା । ବିମାନଟି ଅବତରଣ କରିବା ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି । ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଜରିଆରେ ଏୟାରପୋର୍ଟରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଯାତୟୀ ଏବଂ କ୍ରୁ ସଦସ୍ୟଙ୍କୁ ସାମାନ୍ୟ ଆଘାତ ଲାଗିଛି ।
ଯାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦେଖି ସେମାନଙ୍କୁ ଏୟାରପୋର୍ଟରୁ ମେଡିକାଲ ସେଣ୍ଟରକୁ ଯାଞ୍ଚ ପାଇଁ ପଠାଯାଇଛି । ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷା ଏୟାରଲାଇନ୍ସ ପାଇଁ ବଡ଼ ପ୍ରାଥମିକତା । ପ୍ରଭାବିତ ଯାତ୍ରୀଙ୍କୁ ଯଥା ସମ୍ଭବ ସହାୟତା କରିବା ସହିତ ଘଟଣାର ଯାଞ୍ଚ ପାଇଁ ସମ୍ବନ୍ଧୀୟ ଅଧିକାରୀ ସଂପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ବୋଲି ଏୟାର ଇଣ୍ଡିଆ କହିଛି ।
ବିମାନରେ ଥିବା ଯାତ୍ରୀଙ୍କ କହିବା ମୁତାବକ, ବିମାନଟି ଦ୍ରୁତଗତିରେ ତଳକୁ ଖସିଥିଲା, ଯେଉଁଥିପାଇଁ ଅନେକ ଯାତ୍ରୀ ଆହତ ହୋଇଥିଲେ । କିନ୍ତୁ ବିମାନଟି ଠିକ୍ ଭାବେ ଅବତରଣ କରିବା ପରେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଘଟଣା ପରେ ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିଲେ ।
Also Read : Drone Attack: ରୁଷ୍ ବେଳାଭୂମିରେ ଡ୍ରୋନ୍ ଆକ୍ରମଣ, ୩ଶିଶୁଙ୍କ ସମେତ ୭ ମୃତ