ଇଣ୍ଡିଗୋ ବିମାନ ଚକା ତଳେ ପଶିଗଲା କାର, ଉଡ଼ାଣ ଭରିବା ବେଳେ ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିମାନ ଚକା ତଳେ ପଶିଗଲା କାର। ଦିଲ୍ଲୀ ବିମାନ ବନ୍ଦନରେ ଘଟିଛି ଏଭଳି ଏକ ଭୟଙ୍କର ଘଟଣା। ଏଠାରେ ଆଜି ଏକ କାର ଇଣ୍ଡିଗୋ ବିମାନ ତଳେ ପଶିଯାଇଛି। କିନ୍ତୁ କାରଟି ବିମାନ ଚକରେ ବାଜିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ ଏକ ବଡ଼ ଦୁର୍ଘଟଣା ହେଉ ହେଉ ଅଟକିଯାଇଛି।

କୁହାଯାଉଛି ଯେ ଏହି କାର ଗୋ ଫାଷ୍ଟ ଏୟାରଲାଇନ୍‌ର। ଏହି ଦୁର୍ଘଟଣା ଏୟାରପୋର୍ଟର ଟି୨ ଟର୍ମିନାଲର ଷ୍ଟାଣ୍ଡ ନମ୍ବର ୨୦୧ରେ ହୋଇଛି। ଏଠାରେ ଗୋ ଫାଷ୍ଟ ଏୟାରଲାଇନ୍‌ର କାର IndiGo ର A320neo ଫ୍ଲାଇଟ୍‌ ତଳେ ଆସିଯାଇଥିଲା। DGCA ଏବେ ଏହି ମାମଲାର ତଦନ୍ତ କରିବ ବୋଲି ଜଣାଯାଇଛି।

ଦେଖନ୍ତୁ ଭିଡିଓ:


ଅନ୍ୟପଟେ କାର ଡ୍ରାଇଭରଙ୍କ ବ୍ରେଥ୍‌ ଆନାଲାଇଜର ଟେଷ୍ଟ କରାଯାଇଛି। ଫଳରେ ଜଣାପଡ଼ିବ ଯେ ସେ ଗାଡ଼ି ଚଳାଇବା ବେଳେ ମଦ ପିଇଥିଲେ କି ନାହିଁ। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। କୁହାଯାଉଛି ଯେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି କି ବିମାନର ବି କୌଣସି କ୍ଷତି ହୋଇନାହିଁ।

ରିପୋର୍ଟ ମୁତାବକ, ମଙ୍ଗଳବାର ସକାଳେ ଇଣ୍ଡିଗୋର ଫ୍ଲାଇଟ୍‌ ପାଟନା ପାଇଁ ଉଡ଼ାଣ ଭରିବାର ଥିଲା। ସେହି ସମୟରେ ଅଚାନକ ଏକ କାର ତା’ ତଳକୁ ଚାଲି ଆସିଥିଲା। କିନ୍ତୁ କାରଟି ବିମାନ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। କାରକୁ ହଟାଇବା ପରେ ବିମାନ ପାଟନା ପାଇଁ ଉଡ଼ାଣ ଭରିଛି।

ତେବେ ଏହି ଘଟଣା ବାବଦରେ ଏବେ ଯାଏଁ ଗୋ ଫାଷ୍ଟ କି ଇଣ୍ଡିଗୋ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ।

Also Read: ବାହାଘର ମଝିରେ ହଜିଗଲା ବରଣମାଳା, ତୁରନ୍ତ ଆମାଜନ୍‌ରୁ ମାଳ ଅର୍ଡର କରି ବିବାହ କଲେ ଯୁବକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.