ନ୍ୟାସନାଲ ସାଇନ୍‌ସ ବି-୨୦୨୧ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ହାସଲ କଲେ ଦିଲ୍ଲୀର ଅଦ୍‌ଭୟ ମିଶ୍ର

ନୂଆଦିଲ୍ଲୀର ୮ବର୍ଷର ବାଳକ ବିଶ୍ୱର ସବୁଠାରୁ ମେଧାବୀ ଛାତ୍ର । ଆମେରିକାର ନ୍ୟାସନାଲ ସାଇନ୍‌ସ ବି-୨୦୨୧ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଦିଲ୍ଲୀର ଅଦ୍‌ଭୟ ମିଶ୍ର । ପୂର୍ବରୁ ଜନ୍‌ସ ହପ୍‌କିନ୍‌ସ ବିଶ୍ୱବିଦ୍ୟାଳୟ ତାଙ୍କୁ ବିଶ୍ୱର ମେଧାବୀ ଛାତ୍ର ଭାବେ ଘୋଷଣା କରିଛି । କହିରଖିବା ଉଚିତ ହେବ କି ନ୍ୟାସନାଲ ସାଇନ୍‌ସ ବି ଛାତ୍ରଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏକ ବଜର୍‌ ଭିତ୍ତିକ ପ୍ରତିଯୋଗୀତା । ଏଥିରେ ବାୟୋଲୋଜି, କେମିଷ୍ଟ୍ରି, ଫିଜିକ୍‌ସ, ଆର୍ଥ ସାଇନ୍‌ସ, ଆଷ୍ଟ୍ରୋଲୋଜି, ମାଥ୍‌ମେଟିକ୍‌ସ ଓ ବିଜ୍ଞାନ କ୍ଷେତ୍ରର ପ୍ରଶ୍ନ ଆସିଥାଏ। ପ୍ରଥମେ ଲିଖିତ ଭାବେ ଓ ପରେ ବଜର ଆଧାରିତ କ୍ଷେତ୍ରୀୟ ଓ ଜାତୀୟ ପ୍ରତିଯୋଗିତା ହୋଇଥାଏ।

ବିଜ୍ଞାନରେ ରୁଚି ରଖୁଥିବା ଅଦ୍‌ଭୟ ବର୍ତ୍ତମାନ ଆଗାମୀ ବର୍ଷ ଅଗଷ୍ଟ ମାସରେ ହେବାକୁ ଥିବା ଇଣ୍ଟରନାସ୍‌ନାଲ ଜିଓଗ୍ରାଫି ବି ୱାର୍ଲଡ ଚମ୍ପିଆନସିପ ଓ ଇଣ୍ଟନନ୍ୟାସନାଲ ହିଷ୍ଟ୍ରି ବି ପ୍ରତିଯୋଗିତା ଉପରେ ନଜର ରଖିଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚଲାଇଛନ୍ତି । ୨୦୧୮ରେ ଅଦ୍‌ଭୟଙ୍କ ଅଭିବାବକ ବୃତ୍ତିଗତ କାର୍ଯ୍ୟରେ ଆମେରିକା ଯାଇ ସେ ନ୍ୟୁୟର୍କରେ ପାଠପଢା ଆରମ୍ଭ କରିଥିଲେ । ଏବେ ସେମାନେ ଭାରତ ଫେରିବା ପରେ ଦିଲ୍ଲୀରେ ତାଙ୍କର ପାଠପଢା ହେବ ବୋଲି କୁହାଯାଇଛି । ଜନ୍‌ସ ହଫ୍‌କିନ୍‌ସ ସେଣ୍ଟର ଫର ଟାଲେଣ୍ଟେଡ୍‌ ୟୁଥ- ସିଟିୱାଇ ପକ୍ଷରୁ ପ୍ରକାଶିତ ତାଲିକାରେ ଦୁନିଆର ଶ୍ରେଷ୍ଠ ୧୪ଶହ ମେଧାବୀ ଛାତ୍ରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.