ସ୍କୁଟିକୁ ଧକ୍କା ଦେଲା କାର୍, ଫ୍ଲାଏଓଭରରୁ ଛିଟିକି ପଡ଼ି ଜଣେ ମୃତ ୨ ଆହତ

ଦିଲ୍ଲୀ : ପିରାଗଢ଼ି ଫ୍ଲାଏ ଓଭରରେ ନିକଟରେ ଘଟିଲା ଦୁର୍ଘଟଣା । ଜଣେ ସ୍କୁଟି ଚାଳକ ସ୍କୁଟି ଅଟକାଇ ଭିଡିଓ କଲ୍ କରୁଥିଲେ । ଏହି ସମୟରେ ସ୍କୁଟି ଆରୋହୀଙ୍କୁ ପଛରୁ ଏକ କାର୍ ଜୋରରେ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ଯୁବକ ଫ୍ଲାଏ ଓଭର ତଳେ ପଡ଼ିଯାଇଥିଲେ । ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା । ସ୍କୁଟିରେ ବସିଥିବା ଅନ୍ୟ ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଚାଲିଛି ।
ଏପ୍ରିଲ ୧୨ ସନ୍ଧ୍ୟାରେ ପ୍ରାୟ ୭:୪୫ ଗୋଲଡେନ୍ ହସ୍ପିଟାଲ ସେକ୍ଟର ୩ ରୁ ମଙ୍ଗୋଲପୁରୀ ପୋଲିସ ଷ୍ଟେସନକୁ ଏକ ସୂଚନା ମିଳିଥିଲା ବୋଲି ସଚିନ ଶର୍ମା କହିଛନ୍ତି । ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି । ଯାହାକି ପିରାଗଢ଼ି ଫ୍ଲାଇ ଓଭର ନିକଟରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ସହିତ ଆଉ ଦୁଇ ଜଣ ଯୁବକ ଥିଲେ । ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି । ଯାହାଙ୍କ ବୟସ ୨୧ ରୁ ୨୩ ବର୍ଷ ମଧ୍ୟରେ ରହିଛି ।
ସେମାନେ ସମସ୍ତେ ପାଲମ କଲୋନୀର ବାସିନ୍ଦା ଯାହାକି ପୋଲିସ ତଦନ୍ତରୁ ଜଣାପଡିଛି । ଜଣାପଡିଥିଲା ଯେ ତିନିଜଣ ବ୍ୟକ୍ତି ଏକ କ୍ରିକେଟ୍ ମ୍ୟାଚ୍ ଦେଖି ଗୋଟିଏ ସ୍କୁଟିରେ ଦିଲ୍ଲୀ ଟେକନିକ୍ ବିଶ୍ୱବିଦ୍ୟାଳୟରୁ ପାଲମ ଫେରୁଥିଲେ । ନବଜୀବନ ହସ୍ପିଟାଲ, ପିରାଗଢ଼ୀ ଫ୍ଲାଏଓଭର ସାମ୍ନାରୁ ଯାଉଥିବା ସମୟରେ ଏହି ଯୁବକମାନଙ୍କ ମଧ୍ୟରୁ ଜଣେ ତାଙ୍କ ମୋବାଇଲରେ ଘରୁ ଏକ ଭିଡିଓ କଲ୍ ଆସିଥିଲା ଏହାପରେ ସେ ଫ୍ଲାଏଓଭର ଉପରେ ତାଙ୍କ ସ୍କୁଟିକୁ ରଖି ଦେଇଥିଲେ ।
ଏହି ସମୟରେ ଏକ ଧଳା କାର ତାଙ୍କ ପାର୍କିଂ ହୋଇଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଧକ୍କା ଯୋଗୁଁ ଜଣେ ଯୁବକ ଫ୍ଲାଏଓଭରରୁ ତଳକୁ ଖସି ପଡ଼ିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମଙ୍ଗୋଲପୁରୀ ପୋଲିସ ସମ୍ବିଧାନର ଏକ ଧାରା ଅନୁସାରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଫେରାର୍ ହୋଇଥିବା କାର ଡ୍ରାଇଭରକୁ ଖୋଜା ଯାଉଛି ।
Also read: ରାଜସ୍ଥାନ : ସିରୋହିରେ ଟ୍ରକକୁ ଧକ୍କା ଦେଲା କାର୍, ମହିଳା ସମେତ ୬ ମୃତ୍ୟୁ