ମୋଦିଙ୍କ ଡିଗ୍ରୀ ପ୍ରମାଣପତ୍ର ମାମଲା ହାଇକୋର୍ଟରେ ରଦ୍ଦ, କେଜରିଓ୍ଵାଲଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା

ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ମାଗିଥିଲେ ଏବଂ ଜାଣିବାକୁ ଚାହିଁଥିଲେ ଯେ ମୋଦି କେତେ ପାଠ ପଢ଼ିଛନ୍ତି।

ଗୁଜରାଟ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ମାଗିଥିଲେ ଏବଂ ଜାଣିବାକୁ ଚାହିଁଥିଲେ କି, ମୋଦି କେତେ ପାଠ ପଢ଼ିଛନ୍ତି। କୋର୍ଟ PMOକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ।

କହି ରଖୁଛୁ, ମୁଖ୍ୟ ନିର୍ବାଚନ ଆୟୋଗ ଅର୍ଥାତ୍ ସିଇସି ଏକ ଆଦେଶରେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ PMO ଜାରି କରୁ। ଏହି ଆଦେଶକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଠୁ ଗୋଟିଏ ପଟେ ସିଇସିଙ୍କ ଆଦେଶ ଉପରେ ଷ୍ଟେ ଲଗାଇ ଦିଆଯାଇଥିବା ବେଳେ ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଜରିମାନା ଲାଗୁ କରାଯାଇଛି।

ଏହି ଆବେଦନ ଗୁଜରାଟ ବିଶ୍ୱବିଦ୍ୟାଳୟ ହାଇକୋର୍ଟରେ ଦାଏର କରିଥିଲା। ଆବେଦନରେ କୁହାଯାଇଥିଲା ଯେ ଆରଟିଆଇର ଅପବ୍ୟବହାର ହେଉଛି। ସମାନ ଯୁକ୍ତିକୁ ବୁଝି ହାଇକୋର୍ଟ ଏହି ଆଦେଶ ଉପରେ ରୋକ୍‌ ଲଗାଇ ଦେଇଛନ୍ତି ଏବଂ ସିଏମ କେଜ୍ରିୱାଲଙ୍କ ଉପରେ ଜରିମାନା କରିଛନ୍ତି।

ସେପଟେ ଜରିମାନା ଲାଗିବାରୁ ସିଏମ କେଜ୍ରିୱାଲ ବହୁତ ରାଗିଯାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ‘ଦେଶର ନାଗରିକ କ’ଣ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ବି ଜାଣିପାରିବେ ନାହିଁ? ସେ କହିଛନ୍ତି, କ’ଣ ଦେଶକୁ ଜାଣିବାର ଅଧିକାର ବି ନାହିଁ ଯେ ତାଙ୍କ ପ୍ରଧାନମନ୍ତ୍ରୀ କେତେ ପଢ଼ିଛନ୍ତି? କୋର୍ଟରେ ଡିଗ୍ରୀ ଦେଖାଇବାକୁ ସେ ତୀବ୍ର ବିରୋଧ କାହିଁକି କଲେ ଏବଂ ତାଙ୍କ ଡିଗ୍ରୀ ଦେଖିବାକୁ ଦାବି କରୁଥିବା ଲୋକ ଉପରେ ଜରିମାନା କରାଯିବ? ଏହା କ’ଣ ଘଟୁଛି? କମ୍ ପଢ଼ିଥିବା ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ’।